Masthead

ସାଇକେଲରେ ୪ ହଜାର କିମି ଯାତ୍ରା

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ସଚେତନତା କରିବା ପାଇଁ ଜଣେ ଯୁବକ ଆଗେଇ ଆସିଛନ୍ତି । ସେ ସାଇକେଲରେ ବୁଲୁଛନ୍ତି ଗାଁରୁ ସହର । ୪୦ଦିନରେ ୪ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି ।

ପ୍ଲାଷ୍ଟିକ ବର୍ଜନ ଏବଂ ମହିଳାଙ୍କୁ ଅତ୍ୟାଚାର ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପଶ୍ଚିମବଙ୍ଗର କୋଲକାତାରୁ ଗତ ୧୭ ତାରିଖରୁ ବାହାରିଛନ୍ତି ତନ୍ମୟ ଦାମ । କୋଲିକତାରୁ ବାଙ୍ଗିରିପୋଷୀ,କେନ୍ଦୁଝର ଦେଇ ସୁବର୍ଣ୍ଣପୁରରେ ପହଂଚିଛନ୍ତି ତନ୍ମୟ । ସେ ବଲାଙ୍ଗୀର ଦେଇ ଛତିଶଗଡ, ଆନ୍ଧ୍ର ପ୍ରଦେଶ ସମେତ ୫ଟି ରାଜ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ‘ନେଚର ଅନ ହ୍ୱିଲ’ ନାମକ ସଂସ୍ଥା ଖୋଲି ସେ ଏଭଳି ସଚେତନତାର ବାର୍ତ୍ତା ଦେଇଚାଲିଥିବା କହିଛନ୍ତି । ଅନ୍ୟପକ୍ଷରେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’