Masthead

ଖାଁ ଖାଁ ପୂଜା ମଣ୍ଡପ, ଭକ୍ତଶୂନ୍ୟ ମା’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ମଳିନ ପଡିଯାଇଛି । ରାମନବମୀ ଠାରୁ ରଥଯାତ୍ରା ସହିତ ଗଣେଶ ପୂଜା ଯାଏଁ ସବୁଠି କରୋନା ଭୟ ଲାଗିରହିଥିଲା । ତେଣୁ ଠାକୁରଙ୍କୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାର ରୋକ ଲଗାଯାଇଛନ୍ତି । ବିଶ୍ୱାସ ଥିଲା ଦୁର୍ଗାପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ । ତେଣୁ ମା’ ଙ୍କ ପୂଜା ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ ମା’ ଦଶଭୁଜାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି । ଷଷ୍ଠୀ ବେଲବରଣୀ ଠାରୁ ସପ୍ତମୀ କଳସୀ ପୂଜା ଯାଏଁ କେବଳ ପୂଜାମଣ୍ଡପ ଗୁଡିକରେ ପୂଜକ ଓ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି । ଏପରିକି କେତେକ ପୂଜାମଣ୍ଡପ ଆବଦ୍ଧ କରାଯାଇ ମା ଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା , ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତ ଶୁନ୍ୟ ଭାବେ ଅନୁଷ୍ଠିତ ହେବ । ନୟାପଲ୍ଲୀ ସାର୍ବଜନୀନ ଦୂର୍ଗା ପୂଜା କମିଟି, ବରମୁଣ୍ଡା ପୂଜା କମିଟି, ସହିଦ ନଗର ଦୁର୍ଗାପୂଜା କମିଟିର ମଣ୍ଡପ ଭକ୍ତ ଶୂନ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼