Masthead

ଜଗା ଦର୍ଶନରୁ ଆରମ୍ଭ ନୂଆବର୍ଷ, ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ (ବଡ଼ ଖବର ବ୍ୟୁରୋ): ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସମସ୍ତେ ସ୍ୱାଗତ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମସ୍ତେ ଖୁସିରେ ସ୍ୱାଗତ କରିଛନ୍ତି ୨୦୨୪କୁ । ନୂଆବର୍ଷ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ସଜେଇ ହୋଇଛି ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ରାତି ୧ଟାରେ ପହଡ଼ ଖୋଲିବା ପରେ ଚାଲିଛି ଶୃଙ୍ଖଳିତ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ଶାଳୀନତାପୂର୍ଣ୍ଣ ବସ୍ତ୍ର ଉପରେ ଗୁରୁତ୍ୱ ସଯ ପାନ-ଗୁଟ୍‌ଖା ବ୍ୟାନ୍‌ କରାଯାଇଛି । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଯାଉଥିବା ଶ୍ରଦ୍ଧାଳୁ ଆଉ ହନ୍ତସନ୍ତ ହେବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ବା ଏସି ଟନେଲ ଦେଇ ଯିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏସି ଟନେଲକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ