Masthead

ନୂଆବର୍ଷରେ ନୂଆ ଭେଟି

ନୂଆଦିଲ୍ଲୀ (ବଡ଼ କବର ବ୍ୟୁରୋ): ନୂଆବର୍ଷରେ ଦେଶକୁ ନୂଆ ଭେଟି । ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ । ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ । ଏହାକୁ  PSLV-C 58  ରକେଟ ଲଞ୍ଚିଂର ପ୍ରାୟ ୨୨ ମିନିଟ ପରେ ପୃଥିବୀ ପୃଷ୍ଠରୁ ପ୍ରାୟ ୬୫୦ କିଲୋମିଟର ଉଚ୍ଚତାରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରିବ ।

ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ବବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ଏକ୍ସପୋସାଟ୍ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ । ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ!