Masthead

ଆରଆଇଙ୍କୁ ମାଡ଼ ମାରିବା ସହ, ମୋବାଇଲ ଜାଳିଦେଲେ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଆରଆଇଙ୍କୁ ଟ୍ରାକଟର ଚଢାଇ ମାରି ଦେବା ଉଦ୍ୟମ । ବଲାଙ୍ଗିର ଜିଲ୍ଲା ସାଲେଭଟା ମୁରଶୁଣ୍ଢ ଠାରେ ଘଟିଛି ଏଭଳି ଘଟଣା । ଆହତ ଆରଆଇ ଜଣକ ହେଲେ ସୁଶାନ୍ତ ପଟେଲ ।ସୂଚନା ଅନୁସାରେ, ଆଜି ସକାଳେ ମୁରଶୁଣ୍ଢ ସ୍ଥିତ ଅଙ୍ଗ ନଦୀ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଆଗଲପୁର ତହସିଲଦାର କୌଣସି ସୂତ୍ରରୁ ଖବର ପାଇ ଆରଆଇଙ୍କୁ ସେଠାକୁ ଯାଇ ଚଢାଉ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ ।

ସଙ୍ଗେ ସଙ୍ଗେ ଦୁଇ ପୋଲିସ କର୍ମଚାରୀଙ୍କ ସହ ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲ ସଦଳବଳେ ଟିମ ସହ ବାଲିଘାଟକୁ ଯାଇଥିଲେ। ଏବଂ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଟ୍ରାକଟରକୁ ଜବତ କରିଥିଲେ । ତାସହ ଅନ୍ୟ ଦୁଇ ପଥର ବୋଝେଇ ଟ୍ରାକଟରକୁ ମଧ୍ୟ ସାଲେଭଟା ଫାଣ୍ଡି କୁ ଆଣୁଥିଲେ , ହେଲେ ମୁରଶୁଣ୍ଢ ଗାଁକୁ ଆସିବା ପରେ ବାଲି ବୋଝେଇ ଟ୍ରାକ୍ଟରଟି ଫେରାର ମାରିଥିଲା ।

ଯାହାର ମୋବାଇଲ ଭିଡିଓ ରେକର୍ଡ଼ କରିଥିଲେ ଆରଆଇ। ଏଥିରେ ରାଗି ଯାଇ ବାଲିମାଫିଆ ମାନେ ଆରଆଇଙ୍କ ଉପରକୁ ଟ୍ରାକଟର ଚଢ଼ାଇ ମାରି ଦେବା ଉଦ୍ୟମ କରିବା ସହ ତାଙ୍କ ହାତକୁ କାମୁଡି ମୋବାଇଲ ଛଡ଼ାଇ ନେଇ ଜାଳି ଦେଇଥିଲେ । ଏଥିରେ ଆହତ ଆରଆଇ ଡୁଙ୍ଗୁରିପାଲି ମେଡିକାଲରେ ଚିକିତ୍ସିତ ହେବା ପରେ ସାଲେଭଟା ଫାଣ୍ଡିରେ ଅଭିଯୋଗ କରି, ଟ୍ରାକଟର ଡ୍ରାଇଭର୍ ଶେଷ୍ ରାଉତ ଓ ମାଲିକ ସନ୍ତୋଷ ପ୍ରଧାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ତାଙ୍କୁ ସୁରକ୍ଷା ଦେବାପାଇଁ ଓ ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଘଟଣା ପରେ ବାଲି ମାଫିଆମାନେ ଫେରାର ହୋଇ ଯାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ