Masthead

ପିକନିକ ପାଇଁ ଏସଓପି, ଗାଡି ମାଲିକଙ୍କୁ ନେବାକୁ ପଡିବ ଆରଟିଓଙ୍କ ଅନୁମତି

 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପର୍ଯ୍ୟଟନ ଋତୁରେ ଜମୁଛି ପିକନିକ ଆସର । ପିକନିକ ଯିବା ସମୟରେ ଘଟୁଛି ଦୁର୍ଘଟଣା । ପର୍ଯ୍ୟଟନ ଋତୁରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଥିବାରୁ ରାଜ୍ୟ ପରିବହନ ବିଭାଗ ଜାରି କରିଛି ଏସଓପି । ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ । ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ।

ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପ୍ରମୁଖ ପିକନିକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ୍ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ପିକନିକ୍ ସ୍ପଟ୍ ଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ୍, ପାମ୍ପଲେଟ୍ ବଣ୍ଟନ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ