Masthead

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୪୦ ଆହତ

 

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୪୦ ଆହତ । ଚାନ୍ଦବାଲି ରାଜ୍ୟ ରାଜପଥର କଟିକଟା ଅସୁରେଶ୍ୱର ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ।  ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଚାନ୍ଦବାଲିରୁ କଟକ ଆସୁଥିବା ମନୋରମା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ସାଢେ ୭ଟାରେ ବସ୍ଟି ଚାନ୍ଦବାଲିରୁ ବାହାରିଥିଲା । ବସରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା । କୁହୁଡିକୁ କାଟି ବସଟି ଆଗକୁ ବଢୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ