Masthead

ଆଜି ଗିରଫ ହୋଇପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ । ସେ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ କହଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଇଡି ଯାଇପାରେ । ସେହିଭଳି ସୌରଭ ଭରଦ୍ୱାଜ ଲେଖିଛନ୍ତି ଆଜି ସକାଳେ ଇଡ଼ି କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ ତାଙ୍କୁ ତିନି ଥର ସମନ କରାଯାଇଛି ।

ତେବେ କେଜ୍ରିୱାଲ ହାଜର ହୋଇନଥିଲେ। ତାଙ୍କ ତରଫରୁ ଇଡିଙ୍କୁ କୁହାଯାଇଥିଲା ଯେ ସେ ରାଜ୍ୟସଭା ନିର୍ବାଚନ ଏବଂ ଗଣତନ୍ତ୍ର ଦିବସ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଆପଣ ତାଙ୍କୁ ଯାହା ପଚାରିବାକୁ ଚାହାଁନ୍ତି, ଦୟାକରି ଏହାକୁ ଲିଖିତ ଆକାରରେ ପଠାନ୍ତୁ । ଏହାପୂର୍ବରୁ, ଇଡି ତାଙ୍କୁ ୨ ନଭେମ୍ବର ଏବଂ ୨୧ ଡିସେମ୍ବରରେ ହାଜର ହେବାକୁ କହିଥିଲେ। କେଜ୍ରିୱାଲ ଏହି ଉଭୟ ଡାକରାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଥିଲେ । ଇଡିରେ ହାଜର ହେବାକୁ ମନା କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼