Masthead

ବି-୮, ୭୪ ବଙ୍ଗଳା ହିଁ ‘ମାମୁଁ ଘର’: ଶିବରାଜସିଂ ଚୌହ୍ୱାନ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ପୂର୍ବରୁ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶିବରାଜ ସିଂ ଚୌହ୍ୱାନ ପୁଣିଥରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ହେଲା ନାହିଁ । ଯାହାକୁ ନେଇ ଶିବରାଜଙ୍କ ପ୍ରଶଂସକ ନିରାଶ ହୋଇଥିଲେ। ଆଉ ଏବେ ନିଜେ ମୁହଁ ଖୋଲିଛନ୍ତି ଶିବରାଜ । କହିଛନ୍ତି ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସ ଯିବାକୁ ପଡ଼ିଥାଏ । ଏହା କିଛି ଉଦ୍ଦେଶ୍ୟ ପୂରଣ କରିବା ଲାଗି ହୋଇଥାଏ।

ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ପଛରେ କିଛି ବଡ଼ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ରହିଥିବ ବୋଲି ସେ କହିଛନ୍ତି। ରାଜଧାନୀ ଭୋପାଳରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ରାଜ୍ୟବାସୀଙ୍କ ସେବା ସର୍ବଦା କରିବେ । କାହାକୁ ବ୍ୟସ୍ତ ନହେବା ପାଇଁ କହିଛନ୍ତି । ତାଙ୍କ ଜୀବନ ସର୍ବଦା ରାଜ୍ୟବାସୀଙ୍କ ଲାଗି। ଏବେ ବି ସେ ରାଜ୍ୟର ଜନତାଙ୍କ ଲାଗି କାମ କରିବେ। ଲୋକଙ୍କ ଜୀବନର ଦୁଃଖକୁ ଦୂର କରିବା ଲାଗି ପୃଥିବୀକୁ ଆସିଛନ୍ତି ବୋଲି ସେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ରାଜ୍ୟର ମହିଳାଙ୍କ ସହ ଭାଇ ଭଳି ସମ୍ପର୍କ ରଖିଥିଲେ। ଏଣୁ ତାଙ୍କୁ ମାମା ବୋଲି କୁହାଯାଉଥିଲା। ଏବେ ସେ ନିଜର ନୂଆ ଠିକଣାକୁ ଏହି ନାମରେ ରଖିଛନ୍ତି। ବି-୮, ୭୪ ବଙ୍ଗଳା ହିଁ ‘ମାମୁଁ ଘର’ ଭାବେ ଜଣାଶୁଣା ରହିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ