Masthead

ଇସ୍ତଫା ଦେବେନି ହେମନ୍ତ ସୋରେନ

ଝାଡ଼ଖଣ୍ଡ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ହେମନ୍ତ ଇସ୍ତଫା ଦେଇ ପତ୍ନୀ କଳ୍ପନା ସୋରେନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କୁହାଯାଉଥିଲା। ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି । ଏହା ସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ ବୋଲି କହିଛନ୍ତି ।

ଏହି ନିଷ୍ପତ୍ତି ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ହେମନ୍ତ ସୋରେନ, ଇଡିର ସପ୍ତମ ଥର ସମନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏମିତିକି କୁହାଯାଉଛି ଯେ, ସୋରେନ୍ ଇଡିକୁ ଚିଠି ଲେଖି ଏହି ଯାଞ୍ଚ ଅବୈଧ ବୋଲି କହିଛନ୍ତି । ଲଗାତାର ଭାବେ ତାଙ୍କୁ ଇଡି ସମନ କରୁଛି। ୭ ଥର ତାଙ୍କୁ ସମନ ପଠାଯାଇଥିଲେ ହେଁ ସେ ହାଜର ହେଉନାହାନ୍ତି। ଏଣୁ ଇଡି ତାଙ୍କୁ ପଚରାଉଚରା ନଚେତ ଗିରଫ କରିପାରେ ବୋଲି କୁହାଯାଉଛି। ଏମିତିରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ