Masthead

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଶେଷ ହୋଇଛି ରଥ କାଟିବା ଅନୁକୂଳ ପୂଜା । ପ୍ରତି ବର୍ଷ ପରି ଏବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ନିର୍ମାଣ ପାଇଁ ଗଣିଆର ବଡମୂଳ ଠାରେ ମହାନଦୀକୁ ସଂଯୋଗ କରିଥିବା ଖଳଖଳା ନାଳ ନିକଟରେ ଥିବା ବଡରାଉଳ ଠାକୁରାଣୀ ନିକଟରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମ ଯଜ୍ଞ କରି ରଥ କାଠ ଅନୁକୂଳ ହୋଇଯାଇଛି । ବିଧି ଅନୁଯାୟୀ ପୁରୀ ମନ୍ଦିର ପ୍ରାଶାସନ ଆଜ୍ଞାମାଳ ନେଇ ଆସିଥିଲେ ।

ପ୍ରଥମେ ବେଠିଆସାହି ଜଗନ୍ନାଥ ନିକଟରେ ନିମନ୍ତ୍ରିତ କରି ବଡରାଉଳ ଠାରେ ପୂଜାପାଠ ସାରି ରଥକାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ଆଜ୍ଞାମାଳ, ମାର୍ହାଦ ଓ ଲାଗି ଖଣ୍ଡୁଆ ଏବଂ ସରପୁଳି ଆଦି ଧରି ଶ୍ରୀମନ୍ଦିରର ୩ ଜଣିଆ ପ୍ରତିନିଧି ଦଳ ପହଞ୍ଚିବା ପରେ ରୀତିନୀତି ଅନୁସାରେ ମାଆଙ୍କ ନିକଟରେ ଲାଗି କରାଯାଇ ପୂଜା କାମ ଆରମ୍ଭ ହୋଇଥିଲା । ପୂଜା ପରେ କାଠ କାଟିବା ପାଇଁ ଅନୁମତି ମାଗି ପ୍ରତିନିଧି ଦଳ ପୁରୀ ଅଭିମୁଖେ ଯାଇଥିଲେ । ଆବାହାନ କାଳରୁ ଏଭଳି ପରମ୍ପରା ଅନୁଯାୟୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପୂର୍ବରୁ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ରଥକାଠ କାଟିବା ପାଇଁ ମାଆଙ୍କ ଅନୁମତି ନିଆଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି