Masthead

ଇଡି ଟିମ୍ ଉପରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା କଲେ ୨୦୦ ଲୋକ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ । ଟିଏମସି ନେତାଙ୍କ ଘରେ ରେଡ୍‌ ପାଇଁ ଯାଇଥିବା ବେଳେ ଆକ୍ରମଣ । ଉତ୍ତର ୨୪ ପ୍ରଗଣାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକେ । ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁ ସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଇଡି ଅଧିକାରୀଙ୍କୁ ଏକକାଳୀନ ୨୦୦ ଲୋକ ଆକ୍ରମଣ କରିଥିବା ଜଣାପଡିଛି ।

ଇଡି ଟିମ୍ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ପହଞ୍ଚିଥିଲା। ଏହି ଟିମ୍ ସେଠାରେ ପହଞ୍ଚି ଶାହାଜାହାନଙ୍କ ଘରର ତାଲା ଭାଙ୍ଗିଥିଲା। ଏହାପରେ ଗ୍ରାମବାସୀ ଏକାଠି ହୋଇ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ। ସେମାନେ ସେହି ଅଞ୍ଚଳରୁ ଇଡି ଏବଂ ଗଣମାଧ୍ୟମକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ତେଣୁ ସ୍ୱାଭାବିକ ଭାବେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି