Masthead

ଆରପାରିରେ ସୌମ୍ୟା, ମୁଣ୍ଡପିଟୁଛନ୍ତି ଅର୍ପିତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଇଟି ଚିତ୍ର ହତବାକ କଲାଭଳି । ମୁଣ୍ଡ ପିଟି କାନ୍ଦୁଥିବା ଅର୍ପିତା । ଆରପାରିରେ ଥିବା ସୌମ୍ୟାଶ୍ରୀ । ହାଇଟେକ ହସ୍ପିଟାଲର ଚରମ ଦାୟିତ୍ୱହୀନତାରେ ଛାରଖାର ହୋଇଯାଇଛନ୍ତି ଏମାନେ । କାନ୍ଥରୁ ଏଯାଏଁ ଲିଭିନି ଦିଲ୍ଲୀପ ଓ ସୋନାଙ୍କ ଶୁଭ ବିବାହର ଚିତ୍ର । ଆଉ ଏପଟେ ଅର୍ପିତା ତାଙ୍କ ହାତରୁ ଲିଭିନି ଜ୍ୟୋତିଙ୍କ ନାଁର ମେହେନ୍ଦି । କାଲି ଯାଏଁ ଦିଲ୍ଲୀପ ମୃତ ଥିଲେ ଜ୍ୟୋତି ଜୀବିତ । ଆଜି ସକାଳୁ ଜ୍ୟୋତି ମୃତ ହୋଇଗଲେ ଆଉ ଦିଲ୍ଲୀପ ଜୀବିତ । ହାଇଟେକର ହାଇଡ୍ରାମା ଆଗରେ ଅସହାୟ ଏମାନେ । ଅପରାଧ ଘଟାଇ ହାଇଟେକ କର୍ତ୍ତୃପକ୍ଷ ଏସି ରୁମ ଭିତରେ ବେଫିକର ବସିଛନ୍ତି । ଆଉ ଏପଟେ ନିଜ ସ୍ୱାମୀଙ୍କ ଜୀବନ ମୃତ୍ୟୁର ଦ୍ୱନ୍ଦ୍ୱ ଭିତରେ ହସ୍ପିଟାଲ ସାମ୍ନା ଗଛ ତଳେ ମୁଣ୍ଡପିଟି କାନ୍ଦୁଛନ୍ତି ଅର୍ପିତା ।

ଜ୍ୟୋତିଙ୍କ ବାପା କାନ୍ଦି କାନ୍ଦି କହୁଛନ୍ତି ଆମ ଜ୍ୟୋତି ଆମକୁ ଫେରାଇ ଦିଅ । ଡିସେମ୍ବର ୨୯ ରାତିରେ ଖବର ଆସିଲା ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଦୁଇ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ଭିତରେ ଥିଲା ପୁରୀ ଜିଲ୍ଲା ବଅଁଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ନାଁ । ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ । ଏପଟେ ବିସ୍ଫୋରଣରେ ଆହତ କଟକ ଜିଲ୍ଲା ଅଡ଼ଶପୁରର ଜ୍ୟୋତି ମଲ୍ଲିକଙ୍କ ଚିକିତ୍ସା ଚାଲିଥିବା ପରିବାର ଲୋକଙ୍କୁ ଜଣାଇ ଦିଆଗଲା । ତେବେ ଆଜି ସକାଳୁ ଦିଲ୍ଲୀପଙ୍କ ପରିବାରକୁ ଖବର ଦିଆଗଲା ଯାହାକୁ ଜ୍ୟୋତି ମଲ୍ଲିକ ଭାବି ଚିକିତ୍ସା କରାଯାଉଛି ସେ ଦିଲ୍ଲୀପ ସାମନ୍ତରାୟ ।

ଜ୍ୟୋତିଙ୍କ ପରିବାରକୁ କୁହାଗଲା ଜ୍ୟୋତି ବଂଚିନାହାନ୍ତି ତାଙ୍କ ମୃତଦେହକୁ ଦିଲ୍ଲୀପ ଭାବି ଦିଲ୍ଲୀପଙ୍କ ପରିବାରକୁ ଦିଆସରିଛି । ଭାବନ୍ତୁ କେଉଁ ସ୍ତରର ଦାୟିତ୍ୱହୀନତା, ଏତେ ପରେ ବି ହାଇଟେକ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ଆକ୍ସନ ନେଇନି ପ୍ରଶାସନ । ହାଇଟେକ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଦିଆଯାଉଛି ସୁରକ୍ଷା । ଏତେ ଲୋକଙ୍କ ପରିବାର ଛାରଖାର କଲା ପରେ ବି ହାଇଟେକ କର୍ତ୍ତୃପକ୍ଷ କହୁଛନ୍ତି ଆମର କିଛି ଭୁଲ ନାହିଁ । ଭୁବନେଶ୍ୱର ପାଣ୍ଡରାରେ ଥିବା ହାଇଟେକ ହସ୍ପିଟାଲରେ ଏଡେବଡ଼ ଅଘଟଣ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ରୋଗୀଙ୍କ ଜୀବନ ଯାଇଛି । ଅଥଚ ହସ୍ପିଟାଲ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ ବିରୋଧରେ ଆକ୍ସନ ବଦଳରେ ତାଙ୍କୁ ସୁରକ୍ଷା ଦିଆଯାଉଥିବା କୁହାଯାଉଛି । ଘଟଣାର ବାସ୍ତବିକ ତଦନ୍ତ ବଦଳରେ ଅପରାଧକୁ ଲୁଚାଇ ଦେବାକୁ ଷଡ଼ଯନ୍ତ୍ର ହେବା ଭଳି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା