Masthead

ମିଳୁନି ଘର ପାଇଁ ପଲିଥିନ, ବର୍ଷାରେ ଧାରଣାରେ ଜିଲ୍ଲାପରିଷଦ ସଭ୍ୟା

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଧାରଣାରେ ଜିଲ୍ଲା ପରିଷଦ ସଭ୍ୟା । ବର୍ଷାରେ ଭିଜି ଭିଜି ଆନ୍ଦୋଳନ । ଧାରଣାରେ ବସିଛନ୍ତି ଜିଲ୍ଲା ପରିଷଦ ସଭ୍ୟା । ଗରିବ ଲୋକଙ୍କୁ ପଲିଥିନ୍ ଯୋଗାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ । ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବିଲେଇମରା ଗାଁରେ ଧାରଣା ଦେଇଛନ୍ତି ଅନିମା ଦାସ । ତାଙ୍କ ଅଭିଯୋଗ ବର୍ଷା ଆଗରୁ ଗାଁର ଗରିବ ଲୋକଙ୍କୁ ପଲିଥିନ୍ ଯୋଗାଇବା ପାଇଁ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ ଏଯାଏଁ ଲୋକଙ୍କୁ ପଲିଥିନ୍ ଯୋଗାଇ ନଥିବାରୁ ଆଜି ଗାଁରେ ଭିଜି ଭିଜି ଧାରଣାରେ ବସିଛନ୍ତି ଅନିମା ।

ଏପରିକି ଏନେଇ ସେ ବ୍ଲକ ପ୍ରଶାସନକୁ ଜଣାଇବା ପରେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଗରିବ ଲୋକଙ୍କ ଘରେ ପାଣି ଗଳି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସେମାନଙ୍କୁ ପଲିଥିନ୍ ଦିଆଯାଇ ନଥିବାରୁ ତାର ପ୍ରତିବାଦ ସ୍ଵରୂପ ବର୍ଷା ପାଣିରେ ଧାରଣାରେ ବସିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ । ସେପଟେ ଏନେଇ ବ୍ଲକ୍ କିମ୍ବା ଜିଲ୍ଲା ପ୍ରଶାସନର କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ