Masthead

ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାଦ ମଧ୍ୟରେ ମାଳଦ୍ୱୀପ ହାଇକମିଶନରଙ୍କୁ ସମନ । ସମନ ପରେ ବୈଦେଶିକ ମନ୍ତ୍ରାଳୟ ପହଞ୍ଚିଲେ ହାଇକମିଶନର । ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପ ମନ୍ତ୍ରୀ । ଯାହାକୁ ନେଇ ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ । ଭାରତ ବିରୋଧୀ ମନ୍ତବ୍ୟ ପରେ ଏବେ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛିା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଛନ୍ତି । ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ମାଳଦ୍ବୀପର ଯେଉଁ ମନ୍ତ୍ରୀମାନେ ଟ୍ବିଟ୍‌ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ଏହି ଖବର ପ୍ରସାରିତ କରିଛନ୍ତି। କିନ୍ତୁ ମାଳଦ୍ୱୀପର ଉପମନ୍ତ୍ରୀ ହାସନ ଜିହାନ୍ ତାଙ୍କୁ ଓ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ନିଲମ୍ବିତ କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି।

ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି ବୁକିଂ ସଂସ୍ଥା ନିଜ ଆପ୍ରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି ।ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ ଶିଆନା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ମାଲେ ରେ ଭାରତୀୟ ଉଚ୍ଚ କମିଶନର ମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର