Masthead

ୱୱେସିଙ୍କର ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ହିନ୍ଦୁ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାମ ମନ୍ଦିରକୁ ନେଇ ଥମୁନି ରାଜନୀତି । ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ୱୱେସି ବିବାଦୀୟ ଭାଷଣ ଯୋଗୁଁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ଓୱାଇସି । ରାମ ମନ୍ଦିର ସମ୍ବନ୍ଧରେ ୱୱେସିଙ୍କ ଏହି ଭାଷଣ ହିନ୍ଦୁ ସେନାଙ୍କୁ ଆଘାତ ପହଞ୍ଚାଇଛି । ପକ୍ଷରୁ ହିନ୍ଦୁ ସେନା ପକ୍ଷରୁ କ୍ରମାଗତ ଭାବରେ ପ୍ରତିକ୍ରିୟା ଆସୁଛି। ଖାଲି ସେତିକି ନୁହେଁ ଦିଲ୍ଲୀର ହିନ୍ଦୁ ସେନା ୱୱେସିଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ଏଥି ସହିତ ଗୁଜରାଟର ହିନ୍ଦୁ ସେନା ଘୋଷଣା କରିଛି ୱୱେସିଙ୍କର ଜିଭ କାଟିଲେ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ରାମ ମନ୍ଦିର ସମ୍ବନ୍ଧରେ ୱୱେସିଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଗୁଜରାଟର ହିନ୍ଦୁ ସେନା ସଭାପତି ପ୍ରତୀକ ଭଟ୍ଟ ଏହା ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ ହେଉଛି, ସେତେବେଳେ ୱୱେସି କିପରି ସମ୍ବିଧାନକୁ ଉଲ୍ଲଂଘନ କରି ପାରିବେ। ଓୱାଇସି ଏଭଳି ଭାଷଣ ଦେଇ ଦେଶରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଯାହାଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତାର ବାତାବରଣ ହେବାର ଆଶଙ୍କା ରହିଛି। ୱୱେସି ରାମ ମନ୍ଦିର ବିଷୟରେ ଏକ ବିବାଦୀୟ ଭାଷଣ ଦେଇ ବାବ୍ରି ମସଜିଦକୁ ଶହୀଦ ବୋଲି କହି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ୱୱେସି କହିଥିଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ଭୁଲ। କେବଳ ଏତିକି ନୁହେଁ ବାବ୍ରି ମସଜିଦ ମଧ୍ୟ ଛଡ଼ାଇ ନିଆଯାଇଛି ବୋଲି ସେ କହିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼