Masthead

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ଓଡ଼ିଶାରେ ଜଳିବ ବିଶ୍ୱର ସର୍ବବୃହତ ଦୀପ

ରାଉରକେଲା (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପ୍ରାଣ ପ୍ରତିଷ୍ଠା ଦିବସ । କାମ ସାରିବା ଲକ୍ଷରେ କାରିଗର । ଧୂଆଁଧାର ଭାବେ ଚାଲିଛି କାମ । ସେପଟେ ମନ୍ଦିରକୁ ଛୁଟୁଛି ଦାନର ସୁଅ । କିଏ ଘଣ୍ଟ ଦଉଥିବାବେଳେ କିଏ ପ୍ରସାଦ, କିଏ ଧୂପକାଠି ତ ଆଉ କିଏ ସୁନା କଠଉ ଦାନ କରୁଛନ୍ତି। ତେବେ ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ । ସହରର ବନ୍ଧମୁଣ୍ଡାଠାରେ ପ୍ରାୟ ମାସେ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି ।

ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ହାତକୁ ନିଆଯାଇଛି । ୨୨ ତାରିଖ ଦିନ ଏହି ମହାଦୀପକୁ ସହର ପରିକ୍ରମା କରିବା ପରେ ହନୁମାନ ବାଟିକାରେ ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ୱଳନ କରାଯିବାକୁ ଯୋଜନା ରହିଛି । ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ବନ୍ଧମୁଣ୍ଡାଠାରେ ଏହି ବିରାଟକାୟ ଦୀପର ନିର୍ମାଣ କରାଯାଉଛି । ଗତ ମାସେ ହେଲା ଦୀପ ତିଆରି ଚାଲିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ବିଶ୍ୱର ସର୍ବବୃହତ ଦୀପ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ