Masthead

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ଓଡ଼ିଶାରେ ଜଳିବ ବିଶ୍ୱର ସର୍ବବୃହତ ଦୀପ

ରାଉରକେଲା (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପ୍ରାଣ ପ୍ରତିଷ୍ଠା ଦିବସ । କାମ ସାରିବା ଲକ୍ଷରେ କାରିଗର । ଧୂଆଁଧାର ଭାବେ ଚାଲିଛି କାମ । ସେପଟେ ମନ୍ଦିରକୁ ଛୁଟୁଛି ଦାନର ସୁଅ । କିଏ ଘଣ୍ଟ ଦଉଥିବାବେଳେ କିଏ ପ୍ରସାଦ, କିଏ ଧୂପକାଠି ତ ଆଉ କିଏ ସୁନା କଠଉ ଦାନ କରୁଛନ୍ତି। ତେବେ ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ । ସହରର ବନ୍ଧମୁଣ୍ଡାଠାରେ ପ୍ରାୟ ମାସେ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି ।

ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ହାତକୁ ନିଆଯାଇଛି । ୨୨ ତାରିଖ ଦିନ ଏହି ମହାଦୀପକୁ ସହର ପରିକ୍ରମା କରିବା ପରେ ହନୁମାନ ବାଟିକାରେ ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ୱଳନ କରାଯିବାକୁ ଯୋଜନା ରହିଛି । ରାଉରକେଲାର ସ୍ମାଇଲ୍ ଫରଏଭର୍ ଫାଉଣ୍ଡେସନ ପକ୍ଷରୁ ବନ୍ଧମୁଣ୍ଡାଠାରେ ଏହି ବିରାଟକାୟ ଦୀପର ନିର୍ମାଣ କରାଯାଉଛି । ଗତ ମାସେ ହେଲା ଦୀପ ତିଆରି ଚାଲିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ବିଶ୍ୱର ସର୍ବବୃହତ ଦୀପ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ