Masthead

ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗୀୟ ନିର୍ଦ୍ଦେଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିର୍ଦ୍ଦେଶ । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିର୍ଦ୍ଦେଶ । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ । ଯେପରି ସମସ୍ତେ ସହଜରେ ପଢିପାରିବେ । ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନେକ ସମୟରେ ଡାକ୍ତରଙ୍କ ହାତଲେଖା ପ୍ରେସ୍‌କ୍ରିପ୍‌ଶନ ବା ଅନ୍ୟ ରିପୋର୍ଟ ସହଜରେ ବୁଝିହୁଏ ନାହିଁ। କେବଳ ଲେଖୁଥିବା ଡାକ୍ତର ବା ସମ୍ପୃକ୍ତ ମେଡିସିନ ଦୋକାନୀ ସେହି ହସ୍ତାକ୍ଷର ପଢ଼ିଥାନ୍ତି।

ମାତ୍ର ସାଧାରଣ ଲୋକେ ଏହାକୁ ବୁଝିପାରନ୍ତି ନାହିଁ। ଏପରିକି ଔଷଧ ଦୋକାନୀମାନେ ମଧ୍ୟ ଠିକ୍‌ ଭାବେ ପଢ଼ି ନ ପାରି ଅନୁମାନ କରି ଭୁଲ୍‌ ଔଷଧ ଦେଇଥାନ୍ତି। ଏଥିଯୋଗୁ ରୋଗୀ ଓ ଅନ୍ୟମାନେ ସମସ୍ୟାରେ ପଡିଥାନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣିକରି ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସ୍‌କ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ବା ବୁଝିପାରିବେ ବୋଲି ହାଇକୋର୍ଟ କହିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ