ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗୀୟ ନିର୍ଦ୍ଦେଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିର୍ଦ୍ଦେଶ । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିର୍ଦ୍ଦେଶ । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ । ଯେପରି ସମସ୍ତେ ସହଜରେ ପଢିପାରିବେ । ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନେକ ସମୟରେ ଡାକ୍ତରଙ୍କ ହାତଲେଖା ପ୍ରେସ୍‌କ୍ରିପ୍‌ଶନ ବା ଅନ୍ୟ ରିପୋର୍ଟ ସହଜରେ ବୁଝିହୁଏ ନାହିଁ। କେବଳ ଲେଖୁଥିବା ଡାକ୍ତର ବା ସମ୍ପୃକ୍ତ ମେଡିସିନ ଦୋକାନୀ ସେହି ହସ୍ତାକ୍ଷର ପଢ଼ିଥାନ୍ତି।

ମାତ୍ର ସାଧାରଣ ଲୋକେ ଏହାକୁ ବୁଝିପାରନ୍ତି ନାହିଁ। ଏପରିକି ଔଷଧ ଦୋକାନୀମାନେ ମଧ୍ୟ ଠିକ୍‌ ଭାବେ ପଢ଼ି ନ ପାରି ଅନୁମାନ କରି ଭୁଲ୍‌ ଔଷଧ ଦେଇଥାନ୍ତି। ଏଥିଯୋଗୁ ରୋଗୀ ଓ ଅନ୍ୟମାନେ ସମସ୍ୟାରେ ପଡିଥାନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣିକରି ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସ୍‌କ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ବା ବୁଝିପାରିବେ ବୋଲି ହାଇକୋର୍ଟ କହିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’