ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେନି ନରସିଂହ ମିଶ୍ର

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟକ୍ରମରେ ସାମିଲ ହେବେନି ନରସିଂହ ମିଶ୍ର । ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ଅସମ୍ପୂର୍ଣ୍ଣ ସତ୍ତ୍ୱେ ଲୋକାର୍ପଣ କରୁଥିବାରୁ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ଜଗନ୍ନାଥଙ୍କ ନାମରେ ସରକାର ରାଜନୀତି କରୁଥିବାରୁ ସେ ନାପସନ୍ଦ କରିଛନ୍ତି । ଏପରିକି ଭାଗବାନ ସମସ୍ତଙ୍କୁ ଦିଅନ୍ତି ହେଲେ ସରକାର ତାଙ୍କ ନାମରେ ଭିକ୍ଷା ମାଗୁଛନ୍ତି । କେବଳ ପରିକ୍ରମା ପ୍ରକଳ୍ପ ନୁହେଁ, ବଲାଙ୍ଗିର ସୁକତେଲ ଓ ସ୍ମାର୍ଟ ପାର୍କ ମଧ୍ୟ ଅଧୁରା ଲୋକାର୍ପଣ କରାଯାଇଛି । ହେଲେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଗାଁକୁ ଗାଁ ରଥ ବୁଲା ଯାଉଥିବାରୁ ତାକୁ ନାପସନ୍ଦ କରିଛନ୍ତି ନରସିଂହ ମିଶ୍ର । ନିମନ୍ତ୍ରଣ କରାଯାଇଥିଲେ ବି ଅଧୁରା ପ୍ରକଳ୍ପକୁ ଉଦଘାଟନ କରାଯାଉଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସିଧାସାଳଖ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!