Masthead

ଇଣ୍ଡିଆ ମେଣ୍ଟର ମଙ୍ଗ ଧରିଲେ ଖଡଗେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ସଂଗଠିତ ହେଉଛନ୍ତି ବିରୋଧୀ । ବିରୋଧୀ ଦଳଙ୍କୁ ନେଇ ଗଠିତ ହୋଇଥିବା ମେଣ୍ଡ ଇଣ୍ଡିଆକୁ ମିଳିଛି ପ୍ରଥମ ସଭାପତି । ସର୍ବସହମତି କ୍ରମେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦିଆଯାଇଛି ଦାୟୀତ୍ବ ।  ଆଜି ହୋଇଥିବା ଇଣ୍ଡିଆ ମେଣ୍ଟର ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ମନା କରିସାରିଛନ୍ତି ।

ଆଗାମୀ ସାଧାରଣ ନିର୍ବାଚରେ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ବୈଠକ କରାଯାଇଥିଲା । ଭର୍ଚୁଆଲ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାୱାର, ବିହାର ସିଏମ ନୀତୀଶ କୁମାର, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ଏସପି ନେତା ଅଖିଳେଶ ଯାଦବ ଏବଂ ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସଭାରେ ଯୋଗ ନଦେବା ମେଣ୍ଟରେ ଫାଟକୁ ସାମ୍ନାକୁ ଆଣିଛି।

ତେବେ ସଭା ବିଷୟରେ ବିଳମ୍ବରେ ସୂଚନା ପାଇଥିବାରୁ ସେ ଯୋଗଦେଇନଥିବା କହିଛନ୍ତି ମମତା ବାନାର୍ଜୀ । ଏହାର ପୂର୍ବ ବୈଠକରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ମଲ୍ଲିକାର୍ଜୁନ ଖାର୍ଜଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମମତାଙ୍କୁ ସମର୍ଥନ କରିଥିଲେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ତେବେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି କଂଗ୍ରେସ ସଭାପତି । ସେ କହିଥିଲେ ପ୍ରଥମେ ନିର୍ବାଚନରେ ​​ଜିତନ୍ତୁ ତା’ପରେ ପ୍ରଧାନମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ