Masthead

ଗର୍ଭବତୀଙ୍କ ପାଇଁ ଦ୍ୱିତୀୟ ଲହର ଅଧିକ ବିପଦଜ୍ଜନକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ସେମାନଙ୍କଠାରୁ ଜନ୍ମିତ ନବଜାତକଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଅଧିକ ରହିଥିଲା । ଆଇସିଏମଆର ପକ୍ଷରୁ ଏକ ଗବେଷଣାରେ ଏନେଇ ତଥ୍ୟ ଆସିଛି । ଆଇସିଏମଆର ଅନୁସାରେ, ଗର୍ଭବତୀ ମହିଳା ଓ ନବଜାତକଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ସହ ତୁଳନା କରାଯାଇଥିଲା । ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେସ୍ ୨୮.୭ ପ୍ରତିଶତ ଥିଲା । ଯାହା ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା । ସେହିପରି ଦ୍ୱିତୀୟ ଲହରରେ ମୃତ୍ୟୁହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ଏହା ୦.୭ ପ୍ରତିଶତ ରହିଥିଲା ।

ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ମିଶାଇ ମୋଟ୍ ମୃତ୍ୟୁହାର ୨ ପ୍ରତିଶତ ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ୱାସକ୍ରିୟାରେ କଷ୍ଟ ଜନିତ ସମସ୍ୟାର ସାମ୍ନା କରୁଥିଲେ । ଏହି ଶ୍ରେଣୀର ମହିଳାଙ୍କ ପାଇଁ ଭାକସିନ୍ ଜରୁରୀ ବୋଲି ଗବେଷଣାରେ କୁହାଯାଇଛି । ସୂଚନାଯୋଗ୍ୟ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ