Masthead

ବରଗଡ ଧନୁଯାତ୍ରାର ତୃତୀୟ ଦିନ, ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ

ବରଗଡ(ବଡ଼ ଖବର ବ୍ୟୁରୋ): ପାରମ୍ପରୀକ ଗୀତ, ବାଦ୍ୟ ଓ ଲୋକନୃତ୍ୟରେ ଦୁଲୁକୁଛି ରଙ୍ଗମହଲ, ରାଜଦରବାର । ବରଗଡ ଧନୁଯାତ୍ରା ତୃତୀୟ ଦିନରେ ମହାରାଜା କଂସ ମା’ ଶ୍ୟାମାକାଳୀଙ୍କ ଦର୍ଶନ କରିବା ପରେ ବାହାରିଥିଲେ ମଥୁରା ପରିଭ୍ରମଣ । ଭଉଣୀ ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ ଖବର ବିଳମ୍ବରେ ସୂଚନା ଦେବାରୁ ମହାରାଜା କଂସ ଦାସୀ ମୁଦୁସୁଲିଙ୍କୁ କରିଥିଲେ ହତ୍ୟା । ଏହାପରେ ଦେବକୀର ଅଷ୍ଟମ ସନ୍ତାନକୁ ହତ୍ୟା କରିବା ପାଇଁ କାରାଗୃହକୁ କରିଥିଲେ ପ୍ରବେଶ । ଦେବକୀର ଅଷ୍ଟମ ସନ୍ତାନ ବିଜୁଳି କନ୍ୟାକୁ ଶିଳାରେ ପ୍ରହାର କରିବା ବେଳେ ହୋଇଥିଲା ଦୈବବାଣୀ । ବିଜୁଳି କନ୍ୟାର ଦୈବବାଣୀ ଶୁଣି ମହରାଜା ଭୟଭୀତ ହୋଇ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ରାକ୍ଷସୀ ପୁତନାକୁ ଗୋପପୁର ପ୍ରେରଣ କରିଥିବା ବେଳେ ବକା, ଶକଟା, ତୃଣା, ଧେନୁ, ଷଣ୍ଢାଷୁର ଆଦି ଷଡ଼ମଲ୍ଲ ବୀରଙ୍କୁ କରିଛନ୍ତି ଆହ୍ବାନ ।

ସେପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଓ ପ୍ରେମରେ ବିଭୋର ହୋଇଛନ୍ତି ଗୋପୀ, ଗୋପାଙ୍ଗନା । ପରମ୍ପରା ଅନୁସାରେ ଗୋପପୁରରେ ଉଦଘାଟନ ହୋଇଛି ନନ୍ଦ ଦରବାର । ବେନି ଭାଇ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦୋଲି ଝୁଲାଇବା ସହ କରିଥିଲେ ଗୋପପୁର ଭ୍ରମଣ । ସେପଟେ ୭୬ତମ ଧନୁଯାତ୍ରା ମହୋତ୍ସବ ଗୋପପୁରରେ ନନ୍ଦୋତ୍ସବ, ସାଂସ୍କୃତିକ ଶୋଭାଯାତ୍ରା ଓ ଯମୁନା ନଦୀରେ ନନ୍ଦ ଦରବାରକୁ ଉଦଘାଟନ କରିଥିଲେ ବରଗଡ଼ ଏସପି ପ୍ରହ୍ଲାଦ ସାହାଏ ମିନା, ଏବଂ ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା କଳ୍ପନା ମାଝୀ । ନନ୍ଦରାଣୀ ଯଶୋଦା ଗୀତ ଗାଇ ଶ୍ରୀକୃଷ୍ଣଙ୍କୁ ଦୋଲି ଝୁଲାଇଥିବା ବେଳେ ନନ୍ଦ ଦରବାରରେ ନନ୍ଦୋତ୍ସବରେ ରାସନୃତ୍ୟ କରିଥିଲେ ଗୋପୀ, ଗୋପାଙ୍ଗନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା