https://youtu.be/cx3oe4pkhNM
ଆସିକା(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡରେ ଜଣେ ମାନସିକ ରୋଗୀ ଗୁରୁତର ଅବସ୍ଥାରେ ଉଦ୍ଧାର । ତାଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆଘାତ ଚିହ୍ନ ରହିଥିବା ବେଳେ ତାଙ୍କ କାନ ଛିଣ୍ଡି ଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ଵୁଲାନ୍ସ ଯୋଗେ ଆସିକା ସବଡିଭିଜନ ମେଡିକାଲକୁ ନେଇଥିଲେ ।
ତାଙ୍କ ଅବସ୍ଥା ଗୁରୁତରଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ । ଖବର ପାଇ ଆସିକା ଥାନା ପେଟ୍ରୋଲିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଓ କାହିଁକି ଯୁବକଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ମାନସିକ ରୋଗୀ ଜଣକ କୌଣସି ଉଚ୍ଚ ସ୍ଥାନରୁ ତଳେ ପଡିଯାଇଥିବା ଆଲୋଚନା ହେଉଛି।