Masthead

ସଂପୂର୍ଣ୍ଣ ଶୃଙ୍ଗାର ପରେ ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତିର ଫଟୋ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଫୁଲ ଓ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା । ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତିର ଫଟୋ । ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ମଝିରେ ଆଉ ଗୋଟିଏ ଦିନର ଅପେକ୍ଷା । ଏହା ପରେ ସମସ୍ତଙ୍କୁ ଦେଖାଦେବେ ପ୍ରଭୁ ରାମଲାଲା । ଏବେ ରାମଲାଲାଙ୍କ ପ୍ରତିମାର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ବସ୍ତ୍ର ଓ ଅଳଙ୍କାର ପିନ୍ଧି ଅତି ସୁନ୍ଦର ଦିଶୁଛନ୍ତି ଭଗବାନ ଶ୍ରୀରାମ । ମସ୍ତକରେ ମୁକୁଟ, ଗଳାରେ ମାଳି, ହାର ଓ ବେକରେ ଫୁଲମାଳ ସହ ଝଟକୁଛନ୍ତି ରାମଲାଲା ।ଡାହାଣ ହାତରେ ଆଶୀର୍ବାଦ ଦେଉଛନ୍ତି ଓ ବାମ ହାତରେ ଧରିଛନ୍ତି ଧନୁତୀର ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ରାମଲାଲାଙ୍କୁ ଶୃଙ୍ଗାର କରାଯାଇଥିବା ବେଳେ ତାଙ୍କ ମୁହଁରେ ଏକ ହଳଦିଆ କପଡ଼ା ବନ୍ଧାଯାଇଛି । ଏହା ପୂର୍ବରୁ ଶ୍ରୀରାମଙ୍କ ପୂର୍ଣ୍ଣାବୟବ ଫଟୋ ସାମ୍ନାକୁ ଆସିଥିଲା । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ୨୧ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠାନ ଜାରି ରହିବ । ୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଧାର୍ମିକ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ଆଗେଇ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ