Masthead

ହଳଦିଗଡ଼ିଆ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିରବ

କୋରେଇ(ବଡ଼ ଖବର ବ୍ୟୁରୋ): କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମରେ ପୂର୍ବତନ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। । ହଳଦିଗଡ଼ିଆ ଗ୍ରାମର ଯୁବ ନେତା, ପୂର୍ବତନ ସମିତି ସଭ୍ୟ ପ୍ରାର୍ଥୀ ଓ ଯୁବ ସାମ୍ବାଦିକ ତପନ ମିଶ୍ରଙ୍କୁ ମରାନ୍ତଙ୍କ ଆକ୍ରମଣ ଅଭିଯୋଗକୁ ୧୩ଦିନ ପୂରିଗଲାଣି କିନ୍ତୁ ପୋଲିସ ନିରବ। ଆସାମୀଙ୍କୁ ଘଣ୍ଟ ଘୋଡାଉଛି କୋରେଇ ପୋଲିସ । ରାସ୍ତା ଖରାପ ଓ ବହୁ ଦୁର୍ନୀତିକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରୁଥିବାରୁ ଏଭଳି ଆକ୍ରମଣ ହୋଇଛି। ଗତ ୪ ତାରିଖ ଦୁର୍ନୀତି ନେଇ ୱାର୍ଡ ମେମ୍ବରଙ୍କୁ ପଚାରିବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା ।

ତାଙ୍କ ନାଁରେ ଦଳିତ ଜାତିଆଣ କେସ କରିବେ ବୋଲି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ସରପଞ୍ଚ ଓ ସରପଞ୍ଚଙ୍କ ଭାଇ । ଏହି ଘଟଣାକୁ ନେଇ ହଳଦିଗଡ଼ିଆ ୱାର୍ଡ ମେମ୍ବରଙ୍କ ପରିବାର ଲୋକେ ଅତି ନୁର୍ଶଂସ ଭାବେ ପୂର୍ବତନ ସମିତିସଭ୍ୟ ତପନ ମିଶ୍ରଙ୍କୁ ବାଡେଇ ଲହୁଲୁହାଣ କରିଥିଲେ। ପରିବାର ଲୋକେ ଉଦ୍ଧାର କରି କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେପଟେ କୋରେଇ ପୋଲିସ ଖାଲି ମାମଲା ରୁଜୁ କରି ଦୋଷୀଙ୍କୁ ଗିରଫ ନକରିବା ଘଟଣା ସାଧାରଣ ପ୍ରଶ୍ନ ହେଉଛି।

ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଦବଙ୍ଗଗିରି,

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ