Before Header

ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତ୍ୟୁ

0 24

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସବ ଜେଲରେ ନକ୍ସଲ କେଶରେ ବିଚାରଧୀନ ବନ୍ଦୀ ଭାବେ ଥିବା ବାମନ କୁଞ୍ଜାମି ନାମକ ଜଣେ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାମନ ୨୦୧୭ ମସିହାରେ ମାଥିଲି ଥାନାରେ ଜନ୍ଦ୍ରାଗୁଡ଼ା ଗ୍ରାମରୁ ନକ୍ସଲ କେଶରେ ଗିରଫ ହୋଇ ଜେଲରେ ଥିଲେ ।

ଗତକାଲି ତାଙ୍କ ଶରୀର ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମାଲକାନଗିରି ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାମନଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.