Masthead

ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ସାଜିଛି ନିତିଦିନିଆ ବିଦ୍ୟୁତ କାଟ୍

ପଡ଼ିଆବାହାଲ, (ବଡ଼ ଖବର ବ୍ୟୁରୋ): ମହାମାରୀ କାରୋନା ସାରା ଭାରତ ବର୍ଷରେ ତାର ତାଣ୍ଡବ ରଚି ଚାଲିଛି । କରୋନା ପାଇଁ ମାର୍ଚ୍ଚ ମାସ ୧୪ ତାରିଖ ପରେ ସାରା ଓଡିଶାର ସମସ୍ତ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଅଛି, କେବେ ଖୋଲିବ ତାହା ମଧ୍ୟ କେହି ଜାଣିନାହାନ୍ତି । ବର୍ତ୍ତମାନ ପରିସ୍ଥିତରେ ସବୁ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଲାସ ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧକ ସାଜିଛି ବିଦ୍ୟୁତ କାଟ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ ସ୍ଥିତ ପଡ଼ିଆବାହାଲ, ଖଲିଆପାଲି, ପ୍ରଧାନପାଲି, ବଡ଼ତୁରାଙ୍ଗ ଓ ସନାତନପାଲି ଗ୍ରାମରେ ।

ନିତିଦିନିଆ ବିଦ୍ୟୁତ କାଟ ହେଉଥିବା ଫଳରେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ସାରା ରାଜ୍ୟରେ ଅନଲାଇନରେ ପାଠ ପଢାଯାଉଥିବା ବେଳେ ମୋବଇଲ ଓ ଲାପଟପ ଆବଶ୍ୟକ ହେଉଛି । କିନ୍ତୁ ନିୟମିତ ବିଦ୍ୟୁତ କାଟ ପାଇଁ ମୋବାଇଲ ଓ ଲାପଟପ ଚାର୍ଜ ରହିପାରୁନି । ଯାହାଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନ କ୍ଲାସ କରିବାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ଏପରି ନିୟମିତ ବିଦ୍ୟୁତ କାଟକୁ ଧ୍ୟାନ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ