Masthead

ଦୁର୍ନୀତି ଧରିବାରୁ ନାଲିଆଖି ଦେଖାଇଲେ କଂଟ୍ରାକ୍ଟରଙ୍କ ଗୁଣ୍ଡା

ପୁରୀ (ବଡ଼ ଖବର ବ୍ୟୁରୋ) : ଦୁର୍ନୀତି ଧରିବାରୁ ଦାଦାଗିରି । ନାଲିଆଖି ଦେଖାଇଲେ କଂଟ୍ରାକକ୍ଟରଙ୍କ ଗୁଣ୍ଡା । ସୁଟିଙ୍ଗ କରିବାରୁ ସାମ୍ବାଦିକଙ୍କୁ ଧମକ । କାର୍ଯ୍ୟାନୁଷ୍ଠାନ ଡ଼ରରେ ବଡ଼ ଖବର ପ୍ରତିନିଧିଙ୍କୁ ଧମକାଇଲେ । କ୍ୟାମେରା ଭାଙ୍ଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବିଜେଡି ଗୁଣ୍ଡା । ଶାସକ ଦଳର ଲୋଗୋ ଲାଗିଥିବା ଦୁଇ ଜଣ ଯୁବକ ଆସି ଚତୁର୍ଥ ସ୍ତମ୍ଭକୁ କରିଛନ୍ତି ଆକ୍ରମଣ । ଖାଲି ସମ୍ବାଦିକଙ୍କୁ ନୁହେଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭୟଭିତ କରିଥିବା ଅଭିଯୋଗ ହୋଇଛି ।

କାହିଁକି ତୁମେ ରାସ୍ତା ଖବର ପ୍ରସାରଣ କରୁଛ । ମନ୍ତ୍ରୀ, ଚେୟାରମ୍ୟାନ ଠିକାଦାରଙ୍କୁ ବଦନାମ କରୁଛ ବୋଲି ଧମ ଦେଇଛନ୍ତି । ଅସ୍ତରଙ୍ଗରୁ ନିମାପଡା, କାକଟପୁରରୁ କୋଣାର୍କ ମୁଖ୍ୟ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ପିଚୁ ପଡିବାର କିଛି ଦିନ ପରେ ରାସ୍ତାରୁ ଚକଡା ଚକଡା ହୋଇ ପିଚୁ ଉଠିପଡୁଥିବା ଦେଖିବାକୂ ମିଳିଥିଲା । ଏହି ଦୁର୍ନୀତି ଚାପିବାକୁ ପ୍ରୟାସ କରାଯାଉଥିବା ବେଳେ ଖବର ପ୍ରସାରଣ କରିଥିଲା ବଡ଼ ଖବର । ହେଲେ ସହିପାରନଥିଲେ ବିଜେଡି ନେତାଙ୍କ ଗୁଣ୍ଡା । ଏହାକୁ ନେଇ କାକଟପୁର ଥାନାରେ ଅଭିଯୋଗ କରିଥିଲେ ସାମ୍ବାଦିକ । କାର୍ଯ୍ୟାନୁଷ୍ଠାନ ଲାଗି ୨୪ ଘଣ୍ଟାର ସମୟ ମାଗିଛନ୍ତି । ସେପଟେ ନିମ୍ନମାନର କାର୍ଯ୍ୟ ପ୍ରମାଣିତ ହେଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା