ଦୁର୍ନୀତି ଧରିବାରୁ ନାଲିଆଖି ଦେଖାଇଲେ କଂଟ୍ରାକ୍ଟରଙ୍କ ଗୁଣ୍ଡା

ପୁରୀ (ବଡ଼ ଖବର ବ୍ୟୁରୋ) : ଦୁର୍ନୀତି ଧରିବାରୁ ଦାଦାଗିରି । ନାଲିଆଖି ଦେଖାଇଲେ କଂଟ୍ରାକକ୍ଟରଙ୍କ ଗୁଣ୍ଡା । ସୁଟିଙ୍ଗ କରିବାରୁ ସାମ୍ବାଦିକଙ୍କୁ ଧମକ । କାର୍ଯ୍ୟାନୁଷ୍ଠାନ ଡ଼ରରେ ବଡ଼ ଖବର ପ୍ରତିନିଧିଙ୍କୁ ଧମକାଇଲେ । କ୍ୟାମେରା ଭାଙ୍ଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବିଜେଡି ଗୁଣ୍ଡା । ଶାସକ ଦଳର ଲୋଗୋ ଲାଗିଥିବା ଦୁଇ ଜଣ ଯୁବକ ଆସି ଚତୁର୍ଥ ସ୍ତମ୍ଭକୁ କରିଛନ୍ତି ଆକ୍ରମଣ । ଖାଲି ସମ୍ବାଦିକଙ୍କୁ ନୁହେଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭୟଭିତ କରିଥିବା ଅଭିଯୋଗ ହୋଇଛି ।

କାହିଁକି ତୁମେ ରାସ୍ତା ଖବର ପ୍ରସାରଣ କରୁଛ । ମନ୍ତ୍ରୀ, ଚେୟାରମ୍ୟାନ ଠିକାଦାରଙ୍କୁ ବଦନାମ କରୁଛ ବୋଲି ଧମ ଦେଇଛନ୍ତି । ଅସ୍ତରଙ୍ଗରୁ ନିମାପଡା, କାକଟପୁରରୁ କୋଣାର୍କ ମୁଖ୍ୟ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ପିଚୁ ପଡିବାର କିଛି ଦିନ ପରେ ରାସ୍ତାରୁ ଚକଡା ଚକଡା ହୋଇ ପିଚୁ ଉଠିପଡୁଥିବା ଦେଖିବାକୂ ମିଳିଥିଲା । ଏହି ଦୁର୍ନୀତି ଚାପିବାକୁ ପ୍ରୟାସ କରାଯାଉଥିବା ବେଳେ ଖବର ପ୍ରସାରଣ କରିଥିଲା ବଡ଼ ଖବର । ହେଲେ ସହିପାରନଥିଲେ ବିଜେଡି ନେତାଙ୍କ ଗୁଣ୍ଡା । ଏହାକୁ ନେଇ କାକଟପୁର ଥାନାରେ ଅଭିଯୋଗ କରିଥିଲେ ସାମ୍ବାଦିକ । କାର୍ଯ୍ୟାନୁଷ୍ଠାନ ଲାଗି ୨୪ ଘଣ୍ଟାର ସମୟ ମାଗିଛନ୍ତି । ସେପଟେ ନିମ୍ନମାନର କାର୍ଯ୍ୟ ପ୍ରମାଣିତ ହେଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ