Masthead

ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଭିତରେ ଚଳିତ ବର୍ଷ ପାଳିତ ହୋଉଛି ଦୁର୍ଗାପୂଜା । ପୂଜା ଭଳି ଭଷାଣିକୁ ମଧ୍ୟ ନିଡାମ୍ବରରେ ସମାପନ କରିବା ପାଇଁ ହୋଇଛି ବ୍ୟପକ ପ୍ରସ୍ତୁତି । ବିଏମସି ପକ୍ଷରୁ ରାଜଧାନୀର ତିନି ପ୍ରମୁଖ ନଦୀ ଦୟା, ଭାର୍ଗବୀ, କୁଆଖାଇ କୂଳରେ ଚାରିଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ଯେଉଁଥିରେ ୧୮୦ ମୂର୍ତ୍ତି ବିସର୍ଜନ ହେବାର ବ୍ୟବସ୍ତା ରହିଛି । ଚଳିତ ବର୍ଷ ମେଢ, ମେଢର ଆକାର ଓ ସାଜ୍ଜସଜ୍ଜା କମ ରହିଛି । ବିଏମସି ଇଜଞ୍ଜିନିୟରିଂ ଟିମ ପକ୍ଷରୁ ଦୟାନଦୀ କୂଳରେ ୩୭ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ମିଟର ଓସାରର ଦୁଇଟି ପୋଖରୀ ଖୋଳାଯାଇଛି ।

ସେହିପରି ଟଙ୍କପାଣି ବ୍ରିଜ ନିକଟରେ ୨୫ମିଟର ଲମ୍ବ ୧୫ମିଟର ଓସାର ଓ ଦୟା ବ୍ରିଜ ନିକଟରେ ୨୫ମିଟର ଲମ୍ବ ଓ ୧୦ ମିଟର ଓସାରର ପୁଷ୍କରଣୀ ଖୋଳାଯାଇଛି । ପ୍ରତ୍ୟେକ ପୋଖରୀକୁ ଦୁଇରୁ ତିନି ମିଟର ଗଭୀର କରାଯାଇଛି । ଏହି ଅସ୍ଥାୟୀ ପୋଖରୀକୁ ଆପ୍ରୋଚ ରୋଡ ନିର୍ମାଣ କରାଯାଇଛି । ଯେପରି କିଛି ଅଘଟଣ ନଘଟିବ ସେଥିପାଇଁ ମୁଖରାସ୍ତା ଠାରୁ ଅସ୍ଥାୟୀ ପୋଖରୀ ପର୍ଯ୍ୟନ୍ତ ଲାଇଟ ଲଗାଯାଇଛି । ପୂଜା କମିଟି ସଦସ୍ୟମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବୁଡ଼ ପକାଇବାକୁ ନିର୍ଦ୍ଦେର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ