Masthead

ବିହାରରେ ମୋଦି-ନୀତୀଶ ସରକାର

ପାଟନା(ବଡ଼ ଖବର ବ୍ୟୁରୋ): ସମାନ ମୁଖ୍ୟମନ୍ତ୍ରୀ ବଦଳିଲା ସରକାର । ବିହାରରେ ଆଜିଠାରୁ ଏନଡିଏ ସରକାର । ସକାଳେ ମୁଖ୍ୟମନ୍ତ୍ରୀ ଥିବା ନୀତୀଶ ଦ୍ୱିପ୍ରହରରେ ଇସ୍ତଫା ଦେଇ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ନବମ ଥରପାଇଁ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନୀତୀଶ କୁମାର । ଗତକାଲି ଯାଏଁ ଇଣ୍ଡିଆ ମେଣ୍ଡରେ ଥିବା ନୀତୀଶ ଆଜି ପୁରୁଣା ସାଥୀ ଏନଡିଏକୁ ଫେରିଛନ୍ତି । ନୀତୀଶଙ୍କ ସହ ଜେଡିୟୁ ଓ ବିଜେପିରୁ ତିନି ତିନି ଜଣ, ହାମରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭେବେ ଶପଥ ନେଇଥିବା ବେଳେ ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ଆରଜେଡି ସହ ଗଠବନ୍ଧନ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏନଡିଏ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ବିଜେପି ଓ ଜେଡିୟୁର ବିଧାୟକମାନେ ସର୍ବସହମତି କ୍ରମେ ନୀତୀଶଙ୍କୁ ବିଧାୟକ ଦଳର ନେତା ଭାବେ ମନନୀତ କରିଥିଲେ । ନୂଆ ସରକାରକୁ ଜିତନ ରାମ ମାଞ୍ଜୀ ମଧ୍ୟ ସମର୍ଥନ କରିଛନ୍ତି । ମେଂଟରେ କିଛି ସ୍ଥିତି ଠିକ ନଥିବା କହି ଇସ୍ତଫା ଦେଇଥିବା ନୀତୀଙ୍କୁ କଟୁ ସମାଲୋଚନା କରିଛି କଂଗ୍ରେସ ଓ ଇଣ୍ଡିଆ ମେଂଟରେ ଥିବା ଅନ୍ୟାନ୍ୟ ଦଳ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ନୀତୀଶଙ୍କୁ ଆୟାରାମ ଗୟାରାମ କହିଥିବା ବେଳେ ଶିବସେନା ସାଂସଦ ସଞ୍ଜୟ ସିଂ ମଧ୍ୟ ନୀତୀଶଙ୍କ ଉପରେ ବର୍ଷିଛନ୍ତି । ଇଣ୍ଡିଆ ମେଂଟକୁ କେହି ଛାଡି ନଥିବା ବେଳେ କେବଳ ନୀତୀଶ କୁମାର ପଲଟୁରାମ ଭଳି କାମ କରୁଛନ୍ତି ବୋଲି କହିଛନ୍ତି ସଞ୍ଜୟ । ସେପଟେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କି ଖେଳ ଏବେ ଆରମ୍ଭ ହୋଇଛି, ଆଗକୁ ଦେଖ କ’ଣ କ’ଣ ହେଉଛି । ଇଣ୍ଡିଆ ମେଂଟ ବହୁତ ମଜଭୁତ ଅଛି ନୀତୀଶ ଗଲେ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ତେଜସ୍ୱୀ ।

ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ନୀତୀଶ ବାହାରିବା ଫଳରେ ଇଣ୍ଡିଆ ମେଂଟ ଉପରେ କିଛି ପ୍ରଭାବ ପଡିବ ନାହିଁ । ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ଝିଅ ରହିଣୀ ଆଚର୍ଯ୍ୟ କହିଛନ୍ତି ଅଳିଆ ପୁଣି ଥରେ ଅଳିଆଗଦାକୁ ଗଲା । ବାରମ୍ବାର ପଟ ପରିବତନ କରୁଥିବା ନୀତୀଶ ପୁଣିଥରେ ଏନଡିଏରେ ସାମିଲ ହୋଇଛନ୍ତି । ନୀତୀଶଙ୍କ ଶପଥ ଗ୍ରହଣ ସାଙ୍ଗକୁ ବିହାରରେ ଚାଲିଥିବା ରାଜନୈତିକ ହଟଚମଟରେ ମଧ୍ୟ ବ୍ରେକ ଲାଗିଛି । ତେବେ ଏନଡିଏ ସହ ମିଶି ସରକାର ଗଢିବାର ନିଷ୍ପତ୍ତି ନୀତୀଶଙ୍କ ପାଇଁ କେତେ ଲାଭଦାୟକ ହେବ ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ