ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ମୁଖିଆ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଖଡଗେଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି କଂଗ୍ରେସ ଭବନ । ଉତ୍ସାହିତ ଅଛନ୍ତି କର୍ମୀ ଓ ନେତା । ଭୁବନେଶ୍ୱର ଲୋୟର ପିଏମଜିରେ ‘ଓଡି଼ଶା ବଞ୍ଚାଓ ସମାବେଶ’ରେ ଯୋଗ ଦେବେ ଖଡଗେ । ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି ।

ପ୍ରାୟ ୫୦ ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ ଖଡଗେ । ରାଜ୍ୟରେ ଶାସକ ଦଳ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ଖଡଗେଙ୍କ ପାଇଁ ଆୟୋଜିତ କମିଟିର ଅଧ୍ୟକ୍ଷ ଜୟଦେବ ଜେନା ଏନେଇ ସୂଚନା ଦେଇଛନ୍ତି । ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ।ଲୋୟର ପିଏମଜିରେ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ତାରା ବାହିନୀ ପତି ଓ ସନ୍ତୋଷ ସିଂ ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’