Masthead

ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ମୁଖିଆ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଖଡଗେଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି କଂଗ୍ରେସ ଭବନ । ଉତ୍ସାହିତ ଅଛନ୍ତି କର୍ମୀ ଓ ନେତା । ଭୁବନେଶ୍ୱର ଲୋୟର ପିଏମଜିରେ ‘ଓଡି଼ଶା ବଞ୍ଚାଓ ସମାବେଶ’ରେ ଯୋଗ ଦେବେ ଖଡଗେ । ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି ।

ପ୍ରାୟ ୫୦ ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ ଖଡଗେ । ରାଜ୍ୟରେ ଶାସକ ଦଳ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ଖଡଗେଙ୍କ ପାଇଁ ଆୟୋଜିତ କମିଟିର ଅଧ୍ୟକ୍ଷ ଜୟଦେବ ଜେନା ଏନେଇ ସୂଚନା ଦେଇଛନ୍ତି । ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ।ଲୋୟର ପିଏମଜିରେ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ତାରା ବାହିନୀ ପତି ଓ ସନ୍ତୋଷ ସିଂ ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି