ଭୂତ ପାଉଛନ୍ତି ଭତ୍ତା

ଗୋପ (ବଡ଼ ଖବର ବ୍ୟୁରୋ): ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ପୁରୀ ଜିଲ୍ଲା ଗୋପ ବ୍ଲକରେ ଏଭଳି ଘଟଣା ଘଟିଥିବା ଆଟିଆଇ ତଥ୍ୟରୁ ଜଣାପଡ଼ିଛି । ଇଶାଣପୁର ପଂଚାୟତର ସୀତା ରାଉତଙ୍କର୨୦୧୯ମେ ୨୦ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଉଠାଯାଇଛି ୪ମାସର ଭତା । ସେହିପରି ୨୦୧୯ ଅଗଷ୍ଟ ୧୩ରେ ରାମ ଚନ୍ଦ୍ର ଖଟେଇଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ନାମରେ ୧୪ ମାସ ଧରି ଭତା ଟଙ୍କା ଉଠାଯାଇଛି ।

ଶୈଳବାଳା ପରିଡ଼ାଙ୍କ ନାମ ଆଗରୁ ମଧୁବାବୁ ପେନସନ ଯୋଜନାରେ ନଥିଲା । ୨୦୨୦ ନଭେମ୍ବର ୫ରେ ରାତି ଅଧିଆ ତାଙ୍କ ନାମରେ କାର୍ଡ଼ କରାଯାଇ ୬ ରେ ତାଙ୍କୁ ୬ହଜାର ୫୦୦ ଟଙ୍କା ଦିଆଯାଇଛି । ସେଥିରେ ୧୧ ମାସରେ ୫ ହଜାର ୫୦୦ ଓ କୋଭିଡ଼ ବାବଦକୁ ୧ହଜାର ଟଙ୍କା ଦିଆଯାଇଛି । ନୂଆ କାର୍ଡ଼ରେ ବିନା ସ୍ୱାକ୍ଷରରେ ଟଙ୍କା ଦିଆଯାଇଛି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!