Masthead

କଭି କଭି ଡବଲ ଇଞ୍ଜିନ ଫେଲ୍ ହୋତା ହେ : ମଲ୍ଲିକାର୍ଜ୍ଜନ ଖଡଗେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଖଡଗେଙ୍କ ଉଦବୋଧନ । କହିଛନ୍ତି ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ସିବିଆଇ, ଇଡି ଲଗାଇ ହୁକୁମାତି କରୁଛନ୍ତି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କଲେ ଖଡ୍‌ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ । ପୁଣି ଥରେ ଆପଣମାନେ ଗୁଲାମ ରହିବେ କି ନାହିଁ, ଆପଣଙ୍କ ପସନ୍ଦ ।

ଏ ଲଢ଼େଇ ଧନୀ- ଗରିବଙ୍କ ମଧ୍ୟରେ ଚାଲିଛି । ଆମେ ଗରିବଙ୍କ ସହ ଅଛୁ, ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି । । ନବୀନ କହିଥିଲେ ୩୫% ଜଳସେଚନ କରିବେ, ମିଛ କିଏ କହୁଛି । ୮୨ ବର୍ଷ ବୟସ ରେ ମତେ ଏଆଇସିସି ସଭାପତି ପଦ ଦେଇଛି ଦଳ। ଜଗନ୍ନାଥଙ୍କ ପୁଣ୍ୟ କ୍ଷେତ୍ର। ବିଜୁ ପଟ୍ଟନାୟକ ଓ ନେହେରୁଙ୍କ ବନ୍ଧୁ ଥିଲା। ବହୁତ୍ ଫରକ୍ ଉଭୟ ପଟ୍ଟନାୟକଙ୍କ ଭିତରେ। ଖଣି ବିକିକି ଖାଉଛନ୍ତି। ନବୀନଙ୍କୁ ପ୍ରଶ୍ନ, ବିଜେପି ସହ ମିଶି କ’ଣ ମିଳିଲା? କଭି କଭି ଡବଲ ଇଞ୍ଜିନ ଫେଲ୍ ହୋତା ହେ। ଆରଏସପି, ପସଡ଼ିପି ପୋର୍ଟ, ଚିଲିକା ନେଭୀ ଏକାଡେମୀ ଆଦି କଂଗ୍ରେସ ସମୟରେ ହୋଇଛି। ବିଜେପି ସହ ମିଶି ପ୍ରାକୃତିକ ସମ୍ପଦକୁ ଲୁଟୁଛି ବିଜେଡି। ସମ୍ବିଧାନକୁ ବଞ୍ଚେଇ ଥିଲୁ ବୋଲି ମୋଦି ମୁଖ୍ୟମନ୍ତ୍ରୀ ହେଲେ।

ମହିଳାଙ୍କୁ ସଶକ୍ତ କଂଗ୍ରେସ କରିଛି। ପଟ୍ଟନାୟକ ସହ ଧନୀ ଅଛନ୍ତି କିନ୍ତୁ ଗରିବଙ୍କ ସହ ଅଛି କଂଗ୍ରେସ। ଡିଭାଇଡ ଆଣ୍ଡ ରୁଲ ମୋଦି କରନ୍ତି। ରାହୁଲ ଗାନ୍ଧୀ କରନ୍ତିନି। ବିଜେପି ଓ ଆରଏସଏସ ଘୃଣାର ସୌଦାଗର। ମଣିପୁର ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ। ଇଡି, ଆଇଟି ରେଡ କରି ଶାସନ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ନୀତିଶ କୁମାର ଡରି କି ପଳେଇଲେ। ଏମିତି ଭୟାଳୁ ରହିଲେ କିପରି ଗଣ ତନ୍ତ୍ର ସୁରକ୍ଷିତ ରହିବ। ଦେଶରେ ୩୦ ଲକ୍ଷ ପଦବୀ ଖାଲି ପଡ଼ିଛି । ୨କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏ ହେଲା ମୋଦି କି ଗ୍ୟାରେଣ୍ଟି।

୧୫ଲକ୍ଷ କଳା ଧନ ଆକାଉଣ୍ଟକୁ ପଠେଇବେ। ଚାଷୀ ଆମଦାନୀ ଦୁଇ ଗୁଣା କରିବେ କହିଥିଲେ। ଆମେ କଣ କରିଛୁ, ନରେଗା ଆଣିଲୁ, ଖାଦ୍ୟ ନିରାପତ୍ତା ଆଇନ୍ ଆଣିଥିଲୁ। ଫ୍ରି ଏଜୁକେସନ ଲାଗୁ କରିଥିଲା କଂଗ୍ରେସ। ମୋଦି କିନ୍ତୁ ମିଛ କହୁଛନ୍ତି। ମୋଦି – ନବୀନ ମିଶିକି ଶାସନ କରି ବିକାଶ ଆଡ଼କୁ ଯାଉଥିଲେ କିଛି ଅସୁବିଧା ନାହିଁ। କିନ୍ତୁ ରାଜ୍ୟରେ ବେକାରୀ ବଢୁଛି । ଚିନ୍ତାର ବିଷୟ। ନବୀନ କହିଲେ ପ୍ରତି ବ୍ଲକରେ ଜଳସେଚନ ସୁବିଧା ମିଳିବ। କିନ୍ତୁ ଅସମ୍ପୂର୍ଣ୍ଣ ଅଛି। ନିରବଚ୍ଛିନ୍ନ ସରକାରରେ ଏହା ହେଲାନି କାହିଁକି?

ଶୀତଳ ଭଣ୍ଡାର କୁଆଡେ ଗଲା। ଅଫିସରଙ୍କୁ ଆଣି ଶାସନ କରୁଛ ନବୀନ। ନେତା କ’ଣ ମରି ଯାଇଛନ୍ତି? ତାମିଲନାଡୁରୁ ଆସି ଜଣେ ଆଇଏଏସ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା କ’ଣ ଓଡ଼ିଶାରୁ କେହି ମିଳିଲେନି? ୧୪୬ ସାଂସଦଙ୍କୁ ନିଲମ୍ବନ କଲେ। ଗଣତନ୍ତ୍ର ରହିଲା କେଉଁଠି। ଆଗକୁ ରସିଆର ପୁଟିନ ଭଳି ଶାସନ କରିବେ ମୋଦି। ଆସନ୍ତା ନିର୍ବାଚନ ରେ କଂଗ୍ରେସକୁ ସମର୍ଥନ ଦିଅନ୍ତୁ। ଗୋଟେ ବ୍ୟକ୍ତି ଯିବା ପରେ ଇଣ୍ଡିଆ ମେଣ୍ଟ ଦୁର୍ବଳ ହୋଇନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ