Before Header

ସ୍ପେସଏକ୍ସ ରକେଟରେ ବିସ୍ଫୋରଣ

0 55

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ପ୍ରଭାବଶାଳୀ ରକେଟ ସ୍ପେସଏକ୍ସର ଷ୍ଟାରଶିପ୍ ଉତକ୍ଷେପଣ ପରେ ବିସ୍ଫୋରଣ ହୋଇଛି । ଗୁରୁବାର ପ୍ରଥମ ପରୀକ୍ଷା ବେଳେ ବିସ୍ଫୋରଣ ହୋଇଛି। ଉତକ୍ଷେପଣର କିଛି ମିନିଟ ମଧ୍ୟରେ ଷ୍ଟାରଶିପରେ ସମସ୍ୟା ଦେଖାଦେଇଥିଲା । ଯାନର ନିମ୍ନ ଭାଗରେ ଥିବା ୩୩ଟି ଇଞ୍ଜିନ ମଧ୍ୟରୁ ୬ଟି ବନ୍ଦ ହୋଇଯାଇଥିଲା । ଏହାର କଛି ସମୟ ମଧ୍ୟରେ ବିସ୍ଫୋରଣ ଘଟି ନିଆଁ ହୋଇଯାଇଥିଲା ।

ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ନିମନ୍ତେ ସ୍ପେସଏକ୍ସ ଏହି ରକେଟ ଡିଜାଇନ ପ୍ରସ୍ତୁତ କରିଥିଲା । ଟେକ୍ସାସର ବୋକା ଚିକା ଘରୋଇ ସ୍ପେସପୋର୍ଟରୁ ସ୍ଥାନୀୟ ସମୟ ପୂର୍ବାହ୍ନ ୮ଟା ୩୩ ସମୟରେ ଏହି ବିଶାଳ ରକେଟ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ସେପଟେ ବିସ୍ଫୋଣରେ ଏହା ନଷ୍ଟ ହୋଇଯାଇଥିଲେ ମଧ୍ୟ ସ୍ପେସଏକ୍ସ ପକ୍ଷରୁ ଏହାକୁ ସଫଳ ବୋଲି କୁହାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ଆଉ ଏକ ଷ୍ଟାରସିପର ପରୀକ୍ଷଣ ହେବ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.