Masthead

ସରକାରଙ୍କ ଚାଷୀମାରଣ ନୀତି ପାଇଁ ଚିନ୍ତାରେ ଚାଷୀ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ପ୍ଲଟରେ ଧାନ ଚାଷ ହୋଇଛି ହେଲେ ସାଟେଲାଇଟ କହୁଛି କୋବି । ଏଭଳି ତ୍ରୁଟିପୂର୍ଣ୍ଣ ସାଟେଲାଇଟ ସର୍ଭେ ପାଇଁ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ସ୍ବଚ୍ଛ ଧାନ ସଂଗ୍ରହ ପାଇଁ ସରକାର ଆଣିଛନ୍ତି ସାଟେଲାଇଟ ସର୍ଭେ ବ୍ୟବସ୍ଥା । ହେଲେ ସାଟେଲାଇଟର ଅସ୍ୱଚ୍ଛ ସର୍ଭେ ପାଇଁ ଏବେ ଚିନ୍ତାରେ ଚାଷୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଂଚାୟତ ଅଂଧୋଟି ଗାଁର ଚାଷୀ ବସନ୍ତ ଜେନାଙ୍କ ସହିତ ।

ସାଟେଲାଇଟ ଦ୍ୱାରା ଚାଷୀଙ୍କର ପଞ୍ଜିକରଣ ହୋଇଥିଲା । ମାତ୍ର ଏବେ ଆଉ ସିଷ୍ଟମରେ ନାଁ ନାହିଁ ବୋଲି କହୁଛନ୍ତି ଅଧିକାରୀ । ସେପଟେ ଧାନ ଚାଷ କରିଥିବା ପ୍ଲଟରେ କୋବି ହୋଇଥିବା ଫୋଟୋ ଉଠାଇ ଡିଆଇସିଏସଙ୍କ ଅଫିସକୁ ସୋସାଇଟ ଦେଇଛନ୍ତି । ଚାଷୀ ସୋସାଇଟରେ ପଞ୍ଜିକୃତ କରିଥିଲେ ୬ ଏକର ମାତ୍ର ତାହା ଏକ ଏକର ୪୦ ଡ଼ିସିମିଲ ହେଲା କିପରି? ଗତ ବର୍ଷ ଜମିକୁ ପଞ୍ଜିକୃତ କରି ସରକାରଙ୍କ ମଣ୍ଡିରେ ୪୫ କ୍ୟୁଣ୍ଟାଲ ବିକ୍ରି କରିଥିବାବେଳେ ଚଳିତ ଥର ବିକ୍ରି ପାଇଁ ଆସିଛି ମାତ୍ର ୧୯ କ୍ୟୁଣ୍ଟାଲ । ଏଭଳି ଅନେକ ସମସ୍ୟାକୁ ନେଇ ଚିନ୍ତାରେ ବସନ୍ତ ।

ଚାଷୀଟି ନିଜର ସମସ୍ତ ସଂଚୟକୁ ଚାଷ କାର୍ଯ୍ୟରେ ଲଗାଇବା ସହ ଦିନରାତି ପରିଶ୍ରମ କରି ସୁନାର ଫସଲ କ୍ଷେତରେ ଫଳାଇଥାଏ । ମାତ୍ର ସରକାରଙ୍କ ଏଭଳି ଅବ୍ୟବସ୍ଥା ପାଇଁ ଚାଷୀ ହତାସ ହେବା ସହ ଉପାୟଶୂନ୍ୟ ପାଲଟିଛି । ଡିସେମ୍ବର ମାସରେ କୋବି ଚାଷ ହୋଇଥିବା ଜମିରେ ଜାନୁଆରୀ ମାସରେ ସେହି ଜମିରେ ଧାନ କଟା ସରି କୁଟା ଆସିଲା କେଉଁଠୁ?? ଏପ୍ରଶ୍ନର ଉତ୍ତର ଦେବ କିଏ? ସରକାରଙ୍କର ଏଭଳି ଚାଷୀମାରଣ ନୀତି ଯୋଗୁ କିଭଳି ଚାଷୀ ଏବେ ଋଣ ସୁଝିବ ଓ ପରିବାର ପୋଷିବ ସେନେଇ ଚିନ୍ତାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି