Masthead

ସରିବ କି ୨୪ ବର୍ଷର ବନବାସ, ଅଜୟ ଫର୍ମୁଲାରେ ଆସିବ ବିଜୟ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ ସରିବ କି କଂଗ୍ରେସର ୨୪ ବର୍ଷର ବନବାସ? ଅଜୟ ଫର୍ମୂଲାରେ ଓଡ଼ିଶା କଂଗ୍ରେସ ପାଇବ କି ବିଜୟ ? ରାହୁଲ ଗାନ୍ଧିଙ୍କ ଗସ୍ତର ଠିକ୍ ପୂର୍ବରୁ ଟିକଟ ବଂଟନର ଅନଲାଇନ ଫର୍ମୁଲ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଟିକଟ ଆଶାୟୀ ଅନଲାଇନରେ କରିବେ ଟିକଟ ଆବେଦନ । ଯେଉଁ ଅଭିଯାନର ନାଁ ରଖାଯାଇଛି ପ୍ରଗମନ ।

ଅନଲାଇନରେ ଟିକଟ ଆବେଦନର ୱେବସାଇଟ ରହିଛି । ଏହି ଅବସରରେ ପ୍ରଭାରୀ ଅଜୟ କୁମାର କହିଥିଲେ, କଂଗ୍ରେସ ଟିକଟ ବଂଟନରେ ସ୍ୱଚ୍ଛତା ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ । ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଚାଲୁ ଏହି କଥାକୁ କଂଗ୍ରେସ ପ୍ରାଧାନ୍ୟ ଦେବ । ଯେଉଁମାନଙ୍କ ବିଜୟ ସମ୍ଭାବନା ଅଛି, ସ୍ୱଚ୍ଛତା ଅଛି, ଲୋକେ ଚାହିଁବେ ସେ ଟିକଟ ପାଇବେ । କାହାର ବେକଗ୍ରାଉଣ୍ଡ କଣ, ତାହା ବଡ କଥା ନୁହେଁ । ଏପିରିକି ଯିଏ କଂଗ୍ରେସରେ ନାହାନ୍ତି କିନ୍ତୁ ସମାଜସେବାରେ ଅଛନ୍ତି, ସେମାନେ ବି ଆବେଦନ କରିପାରିବେ । ଆୟୋଜିତ ପ୍ରେସମିଟରେ ଅଜୟ କୁମାର ବିଜେପି ଓ ବିଜେଡି ଉପରେ ଖୁବ୍ ବର୍ଷିଥିଲେ ।

ବିଜେଡି-ବିଜେପି ଟିକେଟ ବଂଟା ଡିଲ କଥା ଉଠାଇ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନେଇଥିଲେ । ଏହି ଆବେଦନ ପ୍ରକ୍ରିୟାକୁ ଠିକ୍ ଭାବେ ସମ୍ପାଦିତ କରିବାକୁ ଏକ କୋର୍ କମିଟି ଗଠନ କରିଛି କଂଗ୍ରେସ । ଗୋଷ୍ଠୀ କନ୍ଦଳ ଓ ଟିକଟ ବଂଟାରେ ଅନିୟମିତତା ପାଇଁ କଂଗ୍ରେସର ପ୍ରଦର୍ଶନ ନିମ୍ମଗାମୀ ହେବାରେ ଲାଗିଛି । ଠିକ୍ ଏତିକିବେଳେ ନିର୍ବାଚନର ୨ ମାସ ପୂର୍ବରୁ ନୂଆ ପିସିସି ସଭାପତି ନୂଆ ରଣନୀତିରେ କଂଗ୍ରେସକୁ ଆଗକୁ ନେଇ ଚଳାଇଛନ୍ତି ଉଦ୍ୟମ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା