Masthead

ଆଜି ଆସ୍ଥା ଲୋଡ଼ିବେ ଚମ୍ପାଇ

ରାଞ୍ଚି (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏଥିପାଇଁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ରାଞ୍ଚି ଫେରୁଛନ୍ତି। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ବହୁମତ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ତାଙ୍କ ପାଖରେ ଥିବା ଦାବି କରିଛନ୍ତି ।

ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗିରଫ ହୋଇଥିଲେ। ୨୪ ଘଣ୍ଟାର ଡ୍ରାମାବାଜି ପରେ ଶୁକ୍ରବାର ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଘୋଡ଼ାବେପାର ଆଶଙ୍କା କରି ଶୁକ୍ରବାରଠାରୁ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟର ୩୯ ବିଧାୟକ ହାଇଦ୍ରାବାଦ ଯାଇ ଶମିରପେଟ୍‌ ସ୍ଥିତ ରିସୋର୍ଟରେ ରହିଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ଉକ୍ତ ବିଧାୟକମାନଙ୍କ ସହ ରାଞ୍ଚତ୍ ଆସିବେ ବୋଲି ପୂର୍ବରୁ କୁହାଯାଉଥିଲାବେଳେ ସେ ଦଳୀୟ ନେତାମାନଙ୍କ ସହ ଅନ୍ୟ ଏକ ବିମାନରେ ସୋମବାର ଆସିବେ ବୋଲି ଜଣାପଡ଼ିଛି।

ସେପଟେ ଗିରଫ ହୋଇ ଇଡିର ହେପାଜତର ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏହି ଫ୍ଲୋର ଟେଷ୍ଟରେ ସାମିଲ୍ ହେବାକୁ ଅନୁମତି ମିଳିଛି । ହେମନ୍ତ ସୋରେନ୍, ଇସ୍ତଫା ଦେବା ପରେ ବିଧାୟକ କିଣାବିକା ଆଶଙ୍କାରେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ତେବେବହୁମତ ପରୀକ୍ଷାରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ଥିବା ଜେଏମଏମ ଏବଂ ସହଯୋଗୀ ବିଧାୟକମାନେ ଆଜି ହାଇଦ୍ରାବାଦରୁ ରାଂଚିରେ ପହଂଚିବେ । ରାଞ୍ଚିରେ ପହଂଚିବା ପରେ ତାଙ୍କୁ ସର୍କିଟ ହାଉସରେ ରଖାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା