Masthead

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ। ପଦ୍ମ ପାଖୁଡାରେ ବିରାଟ୍ ଫାଟ ସୃଷ୍ଟି ହୋଇଛି। ଯାହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଥିଲା, ସେଥିରୁ ପଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗତ୍ର ସୃଷ୍ଟି ହୋଇଛି। ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଫାଟକୁ ତୁରନ୍ତ ବନ୍ଦ ପାଇଁ ଦାବି ଉଠିଛି । ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି ।

ଶ୍ରୀମନ୍ଦିର ଉତ୍ତରଦ୍ୱାର ସହ ଅନ୍ୟଦ୍ୱାରରେ ଭୁପୃଷ୍ଠରୁ ପଦ୍ମପାଖୁଡା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି । ଏହା ଉପରି ଅଂଶରେ ଅନ୍ୟାନ୍ୟ କାରକାର୍ଯ୍ୟ ମଧ୍ୟ ରହିଛି । ଏବେ ଉତରଦ୍ୱାର ଗୁମୁଟ ବାମ ପାଶ୍ୱର୍ରେ ପଦ୍ମପାଖୁଡା ସଦୃଶ ପ୍ରସ୍ତରରେ ଫାଟ ଦେଖାଦେବା ପରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଏଏସ୍ଆଇର କଞ୍ଜରଭେସନ୍ ଅଧିକାରୀ କହିଛନ୍ତି, ଏହି କୋଣର କିଛି ଅଂଶ ମାଟିରେ ପୋତି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ଏବେ ଉତ୍ତର ଦ୍ୱାରର ଗୁମୁଟ କାର୍ୟ୍ୟ କରାଯାଉଛି। ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ