Masthead

ଋଣ ଯୋଗାଣ ନାରେ ଚଞ୍ଚକତା, ମଧ୍ୟସ୍ଥି ସାଜି ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚଳୁ କଲେ ଯୁବତୀ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା କୁମୁଡା ଜୟୀପୁର ଫାଣ୍ଡି ସାହାପୁର ପଞ୍ଚାୟତରେ ମହିଳାମାନଙ୍କୁ ୧୦ ରୁ ଅଧିକ ଘରୋଇ ଫାଇନାନ୍ସ ସଂସ୍ଥା ପ୍ରଲୋଭିତ କରେଇ ଋଣ ଯୋଗାଇବା ଆଳରେ ଅଧିକ ସୁଧ ଆଦାୟ କରୁଛନ୍ତି । ଏହି ଋଣ କାରବାରରେ ସମ୍ପୃକ୍ତ ଥିବା ଭେଡା ପଞ୍ଚାୟତ ଲାପଟୁଆଁ ଗ୍ରାମର ସକିନା ନାମ୍ନି ଜନୈକା ଯୁବତୀ ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଚୂନା ଲଗେଇ ଋଣଟଙ୍କା ଆତ୍ମସାତ ପରେ ଫେରାର ହୋଇଯାଇଥିଲେ ।

ବୁଧବାର ରାତିରେ ଯୁବତୀ ଜଣକ ନିଜ ଘରକୁ ଆସିଥିବା ସୂଚନା ପାଇବା ପରେ ଠକେଇର ଶୀକାର ମହିଳାମାନେ ଯୁବତୀଙ୍କୁ ଘେରାଉ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁମୁଡା ଜୟପୁର ଫାଣ୍ଡି ପୋଲିସ ପହଂଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝା ସୁଝା କରିଥିଲା । ଗୁରୁବାର ଦିନ ସାହାପୁର ଓ ଭେଡା ଉଭୟ ପଞ୍ଚାୟତର ସରପଞ୍ଚ ପହଂଚି ଏହି ଘଟଣାରେ ହସ୍ତକ୍ଷେପ ପରେ ଯୁବତୀ ସକିନା ବେଗମ ୧୫ ଲକ୍ଷ ଟଙ୍କା ଫେରାଇବାକୁ ଲିଖିତ ଭାବେ ସ୍ୱୀକାର କରିବାରୁ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା ।

ତେବେ ଆହୁରି ୨୦ ରୁ୨୫ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ମହିଳାମାନେ କିପରି ଫେରି ପାଇବେ ଓ ଋଣ କିସ୍ତି ଦେବେ ସେନେଇ ଚିନ୍ତାରେ ପଡିଛନ୍ତି । କେବଳ ସାହାପୁର ନୁହେଁ ଏହି ଫାଣ୍ଡି ଅଂଚଳରେ ଦେଢ଼ କୋଟି ଟଙ୍କାର ସମାନ ଧରଣର ଋଣ ଘୋଟଲା ନେଇ ଅଭିଯୋଗ ଆସିଛି । ଋଣ ଯୋଗାଉଥିବା ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଏହି ଟଙ୍କା ହଡପ ଘଟଣାରେ ସମ୍ପୃକ୍ତ ରହିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ