Masthead

‘କଣ୍ଠକବି କହିଥିବା ସଂହତିଙ୍କ ସଫେଇ, ସ୍ଲିପ୍ ଅଫ ଟଙ୍ଗ୍’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଜନତା ମୈଦାନରେ ଚାଲିଛି ଭାଷା ସମ୍ମିଳନୀ । ଆଜି ହେଉଛି ତୃତୀୟ ଦିନ । ମାଟିର ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ ସହ ଭାଷା ସମ୍ମିଳନୀର ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଆୟୋଜନ କରିଛନ୍ତି ରାଜ୍ୟ ସରକାର ।

ତେବେ ଏହି ସମ୍ମିଳନୀର ଉଦଘାଟନ ସମୟରେ ଓଡ଼ିଆ ସରକାରଙ୍କ ଦ୍ୱାରା ମାଷ୍ଟର ଅଫ ସେରିମନି ଥିବା ସଂହତି ପାଣି ଉଦଘାଟନ ସମୟରେ ଭୁଲରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠକବି ଲକ୍ଷ୍ମକାନ୍ତ ମହାପାତ୍ର ବୋଲି କହିଥିଲେ । ଯାହାକୁ ନେଇ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଂହତି ପାଣି । କହିଛନ୍ତି ଏହା ହେଉଛି ଗୋଟେ ସ୍ଲିପ୍ ଅଫ ଟଙ୍ଗ୍ । କୌଣସି ଇନଟେସନ ନଥିଲା । ମୁଁ ମୋର ଭୁଲକୁ ବିନମ୍ର ଭାବେ ସ୍ୱୀକାର କରୁଛି । ଦୀର୍ଘ ୨୦ ବର୍ଷ ହେବ ମୁଁ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ, ପ୍ରେସିଡେଣ୍ଟ ଅଫ ଇଣ୍ଡିଆର ପ୍ରୋଗ୍ରାମ କରୁଛି । ଆଜି ଯାଏ ଏମିତି କେବେ ବି ହୋଇନି ।

ହଜାର ହଜାର ଲୋକଙ୍କ ସାମ୍ନାରେ କହିଲା ବେଳେ ବ୍ୟାକ ଷ୍ଟେଜରୁ ପ୍ରେସର ହୁଏ । ଆଉ ବେଳେ ବେଳେ ସ୍ଲିପ୍ ଅଫ ଟଙ୍ଗ୍ ହୋଇଯାଏ । ସରକାର ଚେଷ୍ଟା କରିଛନ୍ତି ଓଡ଼ିଆ ଭାଷା, ସଂସ୍କୃତି ଦେଶ ଓ ବିଦେଶରେ ଲୋକପ୍ରିୟତା ହେଉ । କିନ୍ତୁ ଏହି ସ୍ଲିପ୍ ଅଫ ଟଙ୍ଗ ଟ୍ରୋଲିଂ ପାଇଁ ଏ ଚେଷ୍ଟା ଉପରେ ପୂରା ପାଣି ପଡ଼ିଯାଉଛି । ଆଉ ନେଗେଟିଭ ଇମ୍ପାକ୍ଟ ଓଡ଼ିଶା ଉପରେ ପଡ଼ୁଛି । ସେଥିପାଇଁ ବିନମ୍ର ଅନୁରୋଧ ଓଡ଼ିଆ ଲୋକଙ୍କୁ ସମର୍ଥନ କରନ୍ତୁ । କାରଣ ଯଦି ଭାଷା ଯୋଡେ ଭାଷା ଅଲଗା ବି କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା