Masthead

ପରିକ୍ରମା ରଥ ଚାଉଳ ଓ ଅର୍ଥ ହଡପ ପ୍ରସଙ୍ଗ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ବିଭ୍ରାଟ ଓ ଦାନ ଅର୍ଥ ହଡପ ହୋଇଥିବା ଅଭିଯୋଗକରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ବିଜେପି ବିଧାୟକ। ଅର୍ପଣ ରଥ ବୁଲିବା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଥିଲା ଏବଂ ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ରାଜ୍ୟ ସରକାର ମହାପାପ କରିଛନ୍ତି ବୋଲି କହିଛି ବିଜେପି । ଏହି କାର୍ଯ୍ୟ ପାଇଁ ରାଜ୍ଯ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି ।

ତେଣୁ ଏ ସମସ୍ତ ବିଭ୍ରାଟ ପାଇଁ ଏକମାତ୍ର ରାଜ୍ୟ ସରକାର ହିଁ ଦାୟୀ । ଉକ୍ତ ସମ୍ବେଦନଶୀଳ ଘଟଣାରେ ସଦୟ ହସ୍ତକ୍ଷେପ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାମହିମ ରାଜ୍ୟପାଳଙ୍କ ନିକଟରେ ବିଜେପି ଦାବି କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଶ୍ରୀ ମାଝୀ କହିଛନ୍ତି, ଶ୍ରୀମନ୍ଦିର ବିଭ୍ରାଟ ପ୍ରସଙ୍ଗରେ ତଥ୍ୟ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି ।

ପରିକ୍ରମା ପ୍ରକଳ୍ପ ସମୟରେ ଶାସକ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ ‘ବାରମିଶା’ (ଅରୁଆ / ଉଷୁନା) ଚାଉଳ ସଂଗ୍ରହ କରାଗଲା, ତାକୁ ନେଇ ଜଗନ୍ନାଥଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଥିଲା । ସଂଗୃହିତ ସେହି ‘ବାରମିଶା’ ଚାଉଳକୁ ରାଜ୍ୟ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହି ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବକ୍ତବ୍ୟ ପରେ, ଏହା ଶ୍ରୀମନ୍ଦିର ପରିଚାଳନା ସମିତିର ସହମତିରେ ନୁହେଁ ବରଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହୋଇଥିବାର ସ୍ପଷ୍ଟ ହୋଇଥିଲା ।  ସେହିପରି ନୀତି ଅନୁଯାୟୀ ମନ୍ଦିରରେ ସଂଗୃହିତ ‘ବାରମିଶା’ ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ ଏବଂ ଏଥି ପାଇଁ କେବଳ ଗୋଟି ଚାଉଳ (ଏକପ୍ରକାର ଅରୁଆ ଚାଉଳ) ବ୍ୟବହାର କରାଯାଏ ବୋଲି ଶ୍ରୀମନ୍ଦିର ସେବାୟତମାନେ କହିଥିଲେ ।

ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଯାଇ ହଜାର ହଜାର ବର୍ଷର ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି । ଶ୍ରୀମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ପ୍ରଚେଷ୍ଟା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।

ସେହିପରି ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଦାନ କରିଥିବା ଟଙ୍କା, ସୁନା, ରୁପା, ଗହଣା ଗଲା କୁଆଡେ ବୋଲି ପ୍ରଶ୍ନ କରିଛି ବିଜେପି। ସରକାରୀ ଆୟୋଜନରେ କରାଯାଇଥିବା ଅର୍ପଣ ଯାତ୍ରାରେ ସଂଗୃହିତ ହୋଇଥିବା ଅର୍ଥ ପାଇଁ କାହିଁକି ରସିଦ୍ ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି। ସେହିପରି ରାଜ୍ୟପାଳଙ୍କ ନିକଟରେ କାମିୟା ଜାନି ପ୍ରସଙ୍ଗ ମଧ୍ୟ ଉଠାଇ ସମସ୍ତ ବିଷୟ ଉପରେ ରାଜ୍ଯପାଳ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ବିଧାୟକ ମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ