Masthead

ଫେସବୁକ ଲାଇଭ୍ ବେଳେ ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫେସବୁକ ଲାଇଭ ସମୟରେ ଗୁଳିମାଡ଼ । ଗୁଳିମାଡ଼ରେ ଶିବସେନା ନେତାଙ୍କ ମୃତ୍ୟୁ । । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଫେସବୁକରେ ଲାଇଭ ଚାଲିଥିବା ବେଳେ ଉଦ୍ଧବ ଗୋଷ୍ଠୀ ଶିବସେନାର ପୂର୍ବତନ କାଉନସିଲର ଅଭିଷେକ କୋସାଲକରଙ୍କୁ ଗୁଳି ମାଡ। ସେ ଜଣେ ବ୍ୟବସାୟୀ ମୋରିସ୍ ନୋରହ୍ନାଙ୍କ ଘରେ ତାଙ୍କ ସହ ବସି ଫେସବୁକ ଲାଇଭ କରୁଥିଲେ। । ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଧାରୁ ମୋରିସ୍ ଉଠି ପଳାଉଛନ୍ତି ଏବଂ ଅଭିଷେକ ନିଜ ବକ୍ତବ୍ୟ ଶେଷ କରି ସୋଫାରୁ ଉଠିବା ବେଳକୁ ତାଙ୍କ ଉପରକୁ ଗୁଳିମାଡ଼ ହେଉଛି। ତାଙ୍କୁ ଲକ୍ଷ୍ୟ କରି ୨ରୁ ଅଧିକ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ କୋସାଲକର ଗୁଳିମାଡ ପରେ କାନ୍ଧ ଓ ପେଟକୁ ଧରି ତଳେ ପଡିଯାଉଥିବା ଦୃଶ୍ୟ । ତୁରନ୍ତ ଶିବସେନା ନେତା ଅଭିଷେକ କୋସାଲକରଙ୍କୁ ନିକଟସ୍ଥ କରୁଣ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ସହ ଅଭିଷେକ ଫେସବୁକ ଲାଇଭ କରୁଥିଲେ ସେହି ବ୍ୟକ୍ତି ହିଁ ତାଙ୍କୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ମୋରିସ ନୋରିହ୍ନା ବୋଲି ପୋଲିସ ଚିହ୍ନଟ କରିଛି । ତେବେ ପୂର୍ବ ଶତ୍ରୁତାରୁ ମୋରିସ ନୋରିହ୍ନା ଅଭଷେକଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି