Masthead

ତ୍ରିବେଣୀ ଅମାବାସ୍ୟା ତିଥିରେ ମା’ ବିରଜାଙ୍କ ଜନ୍ମଉତ୍ସବ ପାଳନ

ଯାଜପୁର(ବଡ଼ ଖବର ବ୍ୟୁରୋ): ତ୍ରିବେଣୀ ଅମାବାସ୍ୟ ତିଥିରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଆର୍ବିଭାବ ହୋଇଥିବାରୁ ଆଜି ବିରଜାଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଛି । ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା’ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ । ପରେ ମାଙ୍କୁ ଗାୟତ୍ରୀ ମନ୍ତ୍ରରେ ଷୋଡଶୋପଚାର ପୂଜା କରାଯିବ । ଅପରାହ୍ନରେ ଯଜ୍ଞ ମଣ୍ଡପରେ ଯଜ୍ଞ କରାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ହେବ ।

ଆଜିର ଦିନରେ ମା’ ବିରଜାଙ୍କୁ ଦର୍ଶନ କଲେ ମହାପୁର୍ଣ୍ୟ ମିଳିଥାଏ ବୋଲି ପୌରାଣିକ କିମ୍ବଦନ୍ତୀ ଅଛି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ଯାଜପୁର ଜିଲ୍ଲା ସମେତ ଓଡ଼ିଶା ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି । ମାଙ୍କୁ ଦର୍ଶନ କରି ମହାପୂଣ୍ୟ ଅର୍ଜନ କରିବା ସହ ସମାଜର ମଙ୍ଗଳ ପାଇଁ କାମନା କରିଛନ୍ତି । ମାଙ୍କ ଜନ୍ମଦିନରେ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା