Masthead

ପାର୍ବଣରେ ପୋଲିସର ଦାଦାଗିରି

ଭୁବନେଶ୍ୱର , (ବଡ଼ ଖବର ବ୍ୟୁରୋ): ପାର୍ବଣରେ ପୂଜକଙ୍କ ଉପରେ ପୋଲିସର ଦାଦାଗିରି । କୋଭିଡ କଟକଣା ଭିତରେ ଚଳିତ ବର୍ଷ ପୂଜା ଚାଲିଛି । ଜନଗହଳିକୁ ବାରଣ କରି ପରଦା ପଛରେ ମା’ଙ୍କ ନୀତିକାନ୍ତି ଚଲିଛି । ଏସବୁ ଭିତରେ ପୂଜକଙ୍କୁ ପୋଲିସ ମାଡ଼ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବାରଙ୍ଗରୁ । ବାରଙ୍ଗର ସର୍ବପୁରାତନ ଦେବୀପୀଠ ମା’ କନକଦୁର୍ଗାଙ୍କର ସବୁ ନିିିୀତିକାନ୍ତି ବନ୍ଦ ରହିଛି । ବାରଙ୍ଗ ପୋଲିସ ବିନା ନୋଟିସରେ ମନ୍ଦିରରେ ତାଲା ପକାଇବା ସହ ଏଠାରେ ପୂଜା କରୁଥିବା ଦୁଇ ପୂଜାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି । ଖାଲି ସେତିକି ନୁହଁ ପୂଜାରୀଙ୍କ ପଇତା କାଢିନେବାକୁ ଧମକ ଦେଇ ମାଡ଼ ମରିଥିବାର ମଧ୍ୟ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଶୁକ୍ରବାର ମହାସପ୍ତମୀରେ ଅଞ୍ଚଳର କିଛି ମହିଳା କନକଦୁର୍ଗାଙ୍କ ପୀଠକୁ ପୂଜା କରିବା ପାଇଁ ଆସିଥିଲେ । ଠିକ ଏହି ସମୟରେ ସେଠାରେ ପୋଲିସ ପହଁଚି ଉପସ୍ଥିତ ଭକ୍ତ ଓ ପୂଜକଙ୍କୁ ଗାଳି ଗୁଲଜ କରିବା ସହ ପୂଜା ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲା । ପୋଲିସର ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଭକ୍ତ ଛତ୍ରଭଙ୍ଗ ଦେଇଥିଲେ । ସେବେଠାରୁ ମନ୍ଦିରକୁ ପୂଜକମାନେ ଭୟରେ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ପୋଲିସର ଏହି ଦାଦାଗିରିକୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼