ପାର୍ବଣରେ ପୋଲିସର ଦାଦାଗିରି

ଭୁବନେଶ୍ୱର , (ବଡ଼ ଖବର ବ୍ୟୁରୋ): ପାର୍ବଣରେ ପୂଜକଙ୍କ ଉପରେ ପୋଲିସର ଦାଦାଗିରି । କୋଭିଡ କଟକଣା ଭିତରେ ଚଳିତ ବର୍ଷ ପୂଜା ଚାଲିଛି । ଜନଗହଳିକୁ ବାରଣ କରି ପରଦା ପଛରେ ମା’ଙ୍କ ନୀତିକାନ୍ତି ଚଲିଛି । ଏସବୁ ଭିତରେ ପୂଜକଙ୍କୁ ପୋଲିସ ମାଡ଼ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବାରଙ୍ଗରୁ । ବାରଙ୍ଗର ସର୍ବପୁରାତନ ଦେବୀପୀଠ ମା’ କନକଦୁର୍ଗାଙ୍କର ସବୁ ନିିିୀତିକାନ୍ତି ବନ୍ଦ ରହିଛି । ବାରଙ୍ଗ ପୋଲିସ ବିନା ନୋଟିସରେ ମନ୍ଦିରରେ ତାଲା ପକାଇବା ସହ ଏଠାରେ ପୂଜା କରୁଥିବା ଦୁଇ ପୂଜାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି । ଖାଲି ସେତିକି ନୁହଁ ପୂଜାରୀଙ୍କ ପଇତା କାଢିନେବାକୁ ଧମକ ଦେଇ ମାଡ଼ ମରିଥିବାର ମଧ୍ୟ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଶୁକ୍ରବାର ମହାସପ୍ତମୀରେ ଅଞ୍ଚଳର କିଛି ମହିଳା କନକଦୁର୍ଗାଙ୍କ ପୀଠକୁ ପୂଜା କରିବା ପାଇଁ ଆସିଥିଲେ । ଠିକ ଏହି ସମୟରେ ସେଠାରେ ପୋଲିସ ପହଁଚି ଉପସ୍ଥିତ ଭକ୍ତ ଓ ପୂଜକଙ୍କୁ ଗାଳି ଗୁଲଜ କରିବା ସହ ପୂଜା ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲା । ପୋଲିସର ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଭକ୍ତ ଛତ୍ରଭଙ୍ଗ ଦେଇଥିଲେ । ସେବେଠାରୁ ମନ୍ଦିରକୁ ପୂଜକମାନେ ଭୟରେ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ପୋଲିସର ଏହି ଦାଦାଗିରିକୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ