Masthead

ହାତୀର ମୃତଦେହ ଉଦ୍ଧାର

ଆଠମଲ୍ଲିକ, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ରେଜଂରେ ହାତୀ ମଣିଷ ଲଢେଇ । କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ । ଗତ ୨୦ତାରିଖରେ କମଳପୁର ଗ୍ରାମର ୫୫ ବର୍ଷୀୟ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିବା ବେଳେ ଗତକାଲି ବାମୁର ରେଜଂ କଦଳିମୁଣ୍ଡା ଗ୍ରାମ ନିକଟ ତେନ୍ତୁଳାନାଳର ଗୋଟିଏ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀର ବୟସ ଏଗାର ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନିଜ ପଲରୁ ଅଲଗା ହୋଇଥିବା ଏହି ହାତୀଟି ଏକୁଟିଆ ବୁଲୁଥିବାର ଦେଖିଥିଲେ ଗ୍ରାମବାସୀ । ତେବେ ଅସୁସ୍ଥତା କାରଣରୁ ହାତୀଛୁଆଟିର ମୃତ୍ୟୁ ହୋଇଥିବା କହିଛି ବନବିଭାଗ । ବ୍ୟବଚ୍ଛେଦ ରିପୋର୍ଟ ଅସିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ବାମୁର ରେଞ୍ଜର ।

ଗତ କିଛିଦିନ ହେବେ ଆଠମଲ୍ଲିକ ରେଜଂରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ୧୫ରୁ ୨୦ ହାତୀ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛନ୍ତି । ପ୍ରତିବର୍ଷ ଫସଲ ଅମଳ ସମୟରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫସଲ ନଷ୍ଟ ହେଉଥିବା ବେଳେ ବନବିଭାଗ ହାତୀ ପଲକୁ ଘଉଡେଇବା ପାଇଁ ଚେଷ୍ଟା କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼