ଅସୁରକ୍ଷିତ ରାଜଧାନୀ, ରାତିଅଧରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସୁରକ୍ଷିତ ରାଜଧାନୀ । ରାତିଅଧରେ ସାମ୍ବାଦିକଙ୍କୁ ଆକ୍ରମଣ । ବଡ଼ ଖବର ପ୍ରତିନିଧି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ମରଣାନ୍ତକ ଆକ୍ରମଣ । ମଞ୍ଚେଶ୍ୱର ଡମ୍ପିଂୟାଡ଼ ପାଖରେ ଏଭଳି ଘଟଣା ଘଟିଛି । ୪ଜଣ ଯୁବକ ବାଇକରେ ଆସି ହାଣିଥିବା ସୂଚନା । ରାତି ପ୍ରାୟ ୧୨ଟା ସମୟରେ ଆକ୍ରମଣ ହୋଇଛି । ଜ୍ୟୋତିରଞ୍ଜନଙ୍କ ମୁଣ୍ଡ, ହାତ, ଗୋଡ଼ରେ ଗଭିର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜ୍ୟୋତି ନିଜ ଘରକୁ ଯାଉଥିବା ବେଳେ ୨ଟି ବାଇକରେ ୪ଜଣ ଯୁବକ ଆସି ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ ।

ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । କିନ୍ତୁ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଠାବ କରିପାରିନାହିଁ । ବିନା କାରଣରେ ଗାଳି ଗୁଲଜ କରିଥିଲେ ଜ୍ୟୋତିରଞ୍ଜନ ଏହାର ପ୍ରତିବାଦ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏଠି ସାଧାରଣ ଲୋକେ, ସାମ୍ବାଦିକ କେହି ସୁରକ୍ଷିତ ନାହାନ୍ତି । ଅପରାଧୀ ଯଦି ରାଜଧାନୀ ରାସ୍ତାରେ ଭୁଜାଲି ଧରି ବୁଲୁଛନ୍ତି, ଅନ୍ୟ ସ୍ଥାନ ମାନଙ୍କ ଅବସ୍ଥା କ’ଣ ଚିନ୍ତା କରିବାର ବିଷୟ । ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଅପରାଧୀଙ୍କୁ ଗିରଫ କରାଯାଉ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି । ରାଜଧାନୀରେ ଏଭଳି ଗୁଣ୍ଡାଗିରି, କମିଶନରେଟ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ