Masthead

୮ ଭାରତୀୟ ନ୍ୟାଭି ଭେଟେରାନ୍‌ଙ୍କୁ ମୁକ୍ତ କଲା କାତାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୮ ଭାରତୀୟ ନ୍ୟାଭି ଭେଟେରାନ୍‌ଙ୍କୁ ମୁକ୍ତ କଲା କାତାର । ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ୟ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍‌ ପରେ ସେମାନଙ୍କର ଦଣ୍ଡ କୋହଳ କରାଯାଇଥିଲା । ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ମୁକ୍ତିର ବାଟ ଫିଟିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର । କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ।
ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା । ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା । କତାରରୁ ଫେରୁଥିବା ନାଗରିକମାନେ କହିଛନ୍ତି,ଆମେ ଭାରତକୁ ଫେରିବା ପାଇଁ ୧୮ ମାସ ହେବ ଅପେକ୍ଷା କରିଥିଲୁ। ଆମେ ପିଏମ ମୋଦିଙ୍କ ନିକଟରେ କୃତଜ୍ଞ। ତାଙ୍କ ସମର୍ଥନ ବିନା ଏହା ଅସମ୍ଭବ ଥିଲା। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଉଦ୍ୟମକୁ ଆମେ ହୃଦୟରୁ ଧନ୍ୟବାଦ ଦେଉଛୁ। ଭାରତ ସରକାରଙ୍କ ଉଦ୍ୟମ ବିନା ଏହି ଦିନ ସମ୍ଭବ ହୋଇନଥାନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି