Masthead

ବିହାର ବିଧାନସଭାରେ ଆଜି ନୀତୀଶଙ୍କ ଫ୍ଲୋର ଟେଷ୍ଟ

ବିହାର (ବଡ଼ ଖବର ବ୍ୟୁରୋ): ଆଜି ବିହାର ବିଧାନସଭାରେ ଫ୍ଲୋରଟେଷ୍ଟ। ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆସ୍ଥା ଭୋଟକୁ ଲକ୍ଷ୍ୟ କରି ଚାଲିଛି ରିସୋର୍ଟ ପଲିଟିକ୍ସ। କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ନିଆଯାଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ୟଙ୍କ ସଂଖ୍ୟା ୧୨୮ ରହିଛି। ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ସେପଟେ ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ରହିଛନ୍ତି ।

ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ରହିଛନ୍ତି । ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାଯକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। ଏହି ଦଳର ସଦସ୍ୟ ସଂଖ୍ୟା ମାତ୍ର ଜଣେ। ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ୟ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛି। ଆରଜେଡି ବିଧାୟକମାନେ ତେଜସ୍ବୀ ଯାଦବଙ୍କ ବାସଭବନରେ ରହିଥିବାବେଳେ କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦରେ ରହିଛନ୍ତି। ବିଧାନସଭାରେ ଉପସ୍ଥିତ ରହିବା ଲାଗି ନିଜର ବିଧାୟକଙ୍କ ଲାଗି ହ୍ବିପ ଜାରି କରିଛନ୍ତି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି