Masthead

ମାନହାନୀ ନୋଟିସ୍‌ ପଠାଇଲା ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଢ଼ିଲା ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଅତୀଶିଙ୍କ ଅଡୁଆ। ବିଜେପି ଉପରେ ଦେଇଥିବା ବୟାନକୁ ନେଇ ବଢିଛି ଅଡୁଆ । ଯାହାକୁ ନେଇ ବିଜେପି ତାଙ୍କୁ ମାନହାନୀ ନୋଟିସ ପଠାଇଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଚାପ ପକାଉଛି। ଏହି ବୟାନକୁ ବିରୋଧ କରି ବିଜେପି ତାଙ୍କୁ ମାନହାନୀ ନୋଟିସ୍‌ ପଠାଇଛି। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତୀଶିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି।

ଏଥିସହ ଆତୀଶି ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି। ଆତୀଶ ନିଜ ବୟାନକୁ ଫେରାଇ ନିଅନ୍ତୁ। ଏହା ତାଙ୍କର ମନଗଢ଼ା ଓ ମିଛ ବୟାନବାଜୀ । ଯଦି ଆପଣଙ୍କ ଦାବି ପ୍ରମାଣିତ ନହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଛି। ସେପଟେ ବିଜେପି ଦ୍ୱାରା ମାନହାନୀ ନୋଟିସ ପଠାଯିବା ପରେ ଆତୀଶିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ସେ କହିଛନ୍ତି, ‘ଆପ ନେତାମାନଙ୍କୁ କୌଣସି ନା କୌଣସି ଅଭିଯୋଗରେ ଜେଲ ପଠାଇବା ହେଉଛି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ। ଆମକୁ କିଭଳି ଫସାଇ ଜେଲ ପଠାଇବେ ତା’ର ଉତ୍ତର ସେମାନେ ଦେଇ ସାରିଛନ୍ତି। ଇଡି-ସିବିଆଇ ଓ ମାନହାନୀ ପଛରେ ଲୁଚି ବିଜେପି ଆମ ଉପରେ ଆକ୍ରମଣ କରୁଛି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ