ମାନହାନୀ ନୋଟିସ୍‌ ପଠାଇଲା ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଢ଼ିଲା ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଅତୀଶିଙ୍କ ଅଡୁଆ। ବିଜେପି ଉପରେ ଦେଇଥିବା ବୟାନକୁ ନେଇ ବଢିଛି ଅଡୁଆ । ଯାହାକୁ ନେଇ ବିଜେପି ତାଙ୍କୁ ମାନହାନୀ ନୋଟିସ ପଠାଇଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଚାପ ପକାଉଛି। ଏହି ବୟାନକୁ ବିରୋଧ କରି ବିଜେପି ତାଙ୍କୁ ମାନହାନୀ ନୋଟିସ୍‌ ପଠାଇଛି। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତୀଶିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି।

ଏଥିସହ ଆତୀଶି ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି। ଆତୀଶ ନିଜ ବୟାନକୁ ଫେରାଇ ନିଅନ୍ତୁ। ଏହା ତାଙ୍କର ମନଗଢ଼ା ଓ ମିଛ ବୟାନବାଜୀ । ଯଦି ଆପଣଙ୍କ ଦାବି ପ୍ରମାଣିତ ନହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଛି। ସେପଟେ ବିଜେପି ଦ୍ୱାରା ମାନହାନୀ ନୋଟିସ ପଠାଯିବା ପରେ ଆତୀଶିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ସେ କହିଛନ୍ତି, ‘ଆପ ନେତାମାନଙ୍କୁ କୌଣସି ନା କୌଣସି ଅଭିଯୋଗରେ ଜେଲ ପଠାଇବା ହେଉଛି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ। ଆମକୁ କିଭଳି ଫସାଇ ଜେଲ ପଠାଇବେ ତା’ର ଉତ୍ତର ସେମାନେ ଦେଇ ସାରିଛନ୍ତି। ଇଡି-ସିବିଆଇ ଓ ମାନହାନୀ ପଛରେ ଲୁଚି ବିଜେପି ଆମ ଉପରେ ଆକ୍ରମଣ କରୁଛି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!