Masthead

ମାଆର ମୃତ୍ୟୁକୁ ସହିନପାରି ଶାଢିରେ ଝୁଲିପଡି ଜୀବନ ହାରିଲା ପୁଅ

ପାଟଣାଗଡ(ବଡ଼ ଖବର ବ୍ୟୁରୋ): ମାଆର ମୃତ୍ୟୁକୁ ସହିନପାରି ମା’ର ଶାଢିରେ ଝୁଲିପଡି ଜୀବନ ହାରିଲା ପୁଅ । ବଲାଙ୍ଗିର ପାଟଣାଗଡ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ନିଜ ଜୀବନ ହାରିଲେ ନାବାଳକ । ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ଘରେ ଥିବା ନବାଳକ ପୁଅ ମା’ର ମୃତ୍ୟୁକୁ ସହିନପାରି ନିଜ ଜୀବନ ହାରିଲେ। ଡାକ୍ତରଖାନାରେ ମା’ର ମୃତଦେହ ପଡିରହିଛି। ଏପଟେ ଗାଁର ଯୁବକ ଭିକ୍ଷା ମାଗି ଶବ ସତ୍କାର ପାଇଁ ଟଙ୍କା ଯୋଗାଡ କରୁଛନ୍ତି।

ଏହାରି ଭିତରେ ୧୭ ବର୍ଷୀୟ ପୁଅ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ନାବାଳକ ହେଲେ ଦ୍ରୋଣ ମହାକୁଡ଼। ଗତ ୧୦ ତାରିଖରେ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ହୋଇଥିଲା । ଯେଉଁଥିରେ ଗୁରୁତର ୬ଜଣଙ୍କୁ ରାଉରକେଲାରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ସେହି ପରିବାରର ଆଉ ଜଣେ ମହିଳା ମାଳତୀ ମହାକୁଡ଼ଙ୍କ ମଧ୍ୟ ଜୀବନ ଚାଲିଯାଇଥିଲା। ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା