Masthead

ମାଆର ମୃତ୍ୟୁକୁ ସହିନପାରି ଶାଢିରେ ଝୁଲିପଡି ଜୀବନ ହାରିଲା ପୁଅ

ପାଟଣାଗଡ(ବଡ଼ ଖବର ବ୍ୟୁରୋ): ମାଆର ମୃତ୍ୟୁକୁ ସହିନପାରି ମା’ର ଶାଢିରେ ଝୁଲିପଡି ଜୀବନ ହାରିଲା ପୁଅ । ବଲାଙ୍ଗିର ପାଟଣାଗଡ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ନିଜ ଜୀବନ ହାରିଲେ ନାବାଳକ । ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ଘରେ ଥିବା ନବାଳକ ପୁଅ ମା’ର ମୃତ୍ୟୁକୁ ସହିନପାରି ନିଜ ଜୀବନ ହାରିଲେ। ଡାକ୍ତରଖାନାରେ ମା’ର ମୃତଦେହ ପଡିରହିଛି। ଏପଟେ ଗାଁର ଯୁବକ ଭିକ୍ଷା ମାଗି ଶବ ସତ୍କାର ପାଇଁ ଟଙ୍କା ଯୋଗାଡ କରୁଛନ୍ତି।

ଏହାରି ଭିତରେ ୧୭ ବର୍ଷୀୟ ପୁଅ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ନାବାଳକ ହେଲେ ଦ୍ରୋଣ ମହାକୁଡ଼। ଗତ ୧୦ ତାରିଖରେ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ହୋଇଥିଲା । ଯେଉଁଥିରେ ଗୁରୁତର ୬ଜଣଙ୍କୁ ରାଉରକେଲାରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ସେହି ପରିବାରର ଆଉ ଜଣେ ମହିଳା ମାଳତୀ ମହାକୁଡ଼ଙ୍କ ମଧ୍ୟ ଜୀବନ ଚାଲିଯାଇଥିଲା। ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ